ଆଜି ନାମାଙ୍କନ ଭରିବେ ସ୍ନେହାଙ୍ଗିନୀ ଛୁରିଆ । ନୂଆପଡ଼ା ଉପ ନିର୍ବାଚନ ପାଇଁ ସରଗରମ ହେଲାଣି ରାଜନୀତି । ପ୍ରମୁଖ ତିନି ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରି ନିର୍ବାଚନ ମଇଦାନକୁ ଓହ୍ଲାଇ ପ୍ରଚାରକୁ ଜୋରଦାର କରିଛନ୍ତି । ତେବେ ଆଜି ପ୍ରାର୍ଥତ୍ପତ୍ର ଦାଖଲର ଶେଷଦିନ ରହିଛି। ଇତିମଧ୍ୟରେ ୫ ପ୍ରାର୍ଥୀ ୭ଟି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିମଧ୍ୟରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀ ଏବଂ ଭାଜପାର ପ୍ରାର୍ଥୀ ଜୟ ଢୋଲକିଆ ରହିଥିବାବେଳେ ଦୁଇଜଣ ସ୍ବାଧୀନ ଏବଂ ଜଣେ ଓଡ଼ିଶା ଜନତା ଦଳ ପ୍ରାର୍ଥୀ ରହିଛନ୍ତି। ଗତକାଲି ବିଜେଡି ନୂଆପଡାଠାରେ ନିଜର ଶକ୍ତି ପ୍ରଦର୍ଶନ କରି ବିରାଟ ଶୋଭାଯାତ୍ରା ଅୟୋଜନ କରିଥିଲା । ବିଜେଡିର ବହୁ ତୁଙ୍ଗନେତାମାନେ ସାମିଲ ହୋଇ ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ପାଇଁ ଭୋଟଭିକ୍ଷା କରିଥିଲେ ।
ଆଜି ପୂର୍ବାହ୍ନ ୧୧ଟା ରେ ବିଜେଡ଼ି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ପ୍ରଥମେ ନୂଆପଡ଼ା ତେଲିପଡ଼ା ସ୍ଥିତ ଶିବ ମନ୍ଦିରରେ ପୂଜା ଅର୍ଚ୍ଚନା କରିବା ସହ ଦେବ ଦର୍ଶନ କରି ଆଶୀର୍ବାଦ ନେଇ ସେ ନିଜର ସମର୍ଥକଙ୍କ ଗହଣରେ ନୂଆପଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିବେ ।






