ସୋମବାର ଦରମା ମିଳିବା ନେଇ କ୍ରୁଟ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଆମ ବସ ଡ୍ରାଇଭର ।ପୋଖରୀପୁଟ ଡିପୋକୁ ଯାଉଥିବା ବସ କର୍ମଚାରୀ ଆନ୍ଦୋଳନ କରୁଥିଲେ । ଆଜି ସକାଳେ ଠିକ ସମୟରେ ଦରମା ନମିଳିବା ପ୍ରସଙ୍ଗରେ ଷ୍ଟିଅରିଂ ଛାଡି ରାସ୍ତାକୁ ଓହ୍ଲାଇଥିଲେ ଆମ ବସ କର୍ମଚାରୀ । ଆଜି ପୋଖରୀପୁଟ ଡିପୋର ୪୩ ଟି ବସର ଡ୍ରାଇଭର ଷ୍ଟିଅରିଂ ଛାଡିଥିଲେ । ଠିକ ସମୟରେ ଦରମା ନମିଳିବାରୁ ଘର ଚଳାଇବା ପାଇଁ ଅସୁବିଧା ହେଉଛି ବୋଲି କହିଛନ୍ତି ସେମାନେ । ବର୍ତ୍ତମାନ ୪୨ ଦିନ ହୋଇଯାଇଥିଲେ ବି ଦରମା ପାଇନଥିବାରୁ ଷ୍ଟିଅରିଂ ଛାଡ ଆନ୍ଦୋଳନ କରିଥିଲେ । ପ୍ରତି ମାସରେ ବିଳମ୍ବରେ ଦରମା ମିଳୁଥିବାନେଇ ଅଭିଯୋଗ କରିଥିଲେ ।
ଆନ୍ଦୋଳନରୁ ଓହରିଲେ ଆମ ବସ ଡ୍ରାଇଭର






