ଅନଲାଇନ ଗେମିଂ ପ୍ରମୋସନ ଏବଂ ରେଗୁଲେସନ ବିଲ, ୨୦୨୫ ଗୃହୀତ ହୋଇଛି। କୌଣସି ବିତର୍କ ବିନା ହଟ୍ଟଗୋଳ ମଧ୍ୟରେ ଏହି ବିଲକୁ ମଞ୍ଜୁରୀ ଦିଆଯାଇଛି। ଏହାଦ୍ବାରା ବିଶେଷ କରି ମଧ୍ୟବିତ୍ତ ବର୍ଗର ପରିବାର ଉପକୃତ ହେବେ । ପ୍ରତିବର୍ଷ ହଜାର ହଜାର ପିଲା ଅନଲାଇନରେ ଗେମ୍ ଖେଳି ପ୍ରାଣ ହରାଉଛନ୍ତି । ଗେମ୍ରେ ସର୍ବସ୍ବ ହରାଇବା ପରେ ଆତ୍ମହତ୍ୟା କରୁଥିବା ଖବର ଆସୁଛି । ଏହାକୁ ଦୃଷ୍ଟିରେ ରଖି ସଂସଦରେ ଅନଲାଇନ ଗେମିଂ ବିଲ୍ ନେଇ ବିଲ୍ ଆସିଥିଲା ।ବିରୋଧୀ ସଦସ୍ୟମାନଙ୍କ ଦ୍ୱାରା ଉପସ୍ଥାପିତ ସଂଶୋଧନକୁ ପ୍ରତ୍ୟାଖ୍ୟାନ କରିବା ପରେ ଉଚ୍ଚସଦନ ଏହାକୁ ଅନୁମୋଦନ କରିଛି। ଏହା ପୂର୍ବରୁ ବୁଧବାର ଲୋକ ସଭାରେ ଏହି ବିଲ ଗୃହୀତ ହୋଇଥିଲା।ଏଥିରେ ଅନଲାଇନ ଟଙ୍କା ଖେଳ ସହିତ ଜଡିତ ବିଜ୍ଞାପନକୁ ନିଷେଧ କରିବା ଏବଂ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକୁ ଏପରି କୌଣସି ଖେଳ ପାଇଁ ପାଣ୍ଠି ପ୍ରଦାନ କିମ୍ବା ସ୍ଥାନାନ୍ତର କରିବାରୁ ନିଷେଧ କରିବାର ବ୍ୟବସ୍ଥା ମଧ୍ୟ ଅଛି।
ଏଣିକି ଡିଜିଟାଲ ଜୁଆ ଖେଳିଲେ ଭୋଗିବେ ୩ ବର୍ଷ ଜେଲ୍






