କଟକ ଦୁର୍ଗା ପୂଜା ପାଇଁ ନିର୍ଦ୍ଦେଶନାମା ଜାରି କଲେ ଜିଲ୍ଲାପାଳ। ମଣ୍ଡପର ସୁରକ୍ଷା, ଅଗ୍ନି ଓ ବିଦ୍ୟୁତ ନିରାପତ୍ତା ଏବଂ ଶ୍ରଦ୍ଧାଳୁଙ୍କ ଗମନାଗମନ ସୁନିଶ୍ଚିତ କରିବେ ପୂଜା କମିଟି । ଏଥିପାଇଁ ପ୍ରତିଟି ପୂଜା କମିଟି ପ୍ରଶାସନ ନିକଟରେ ସତ୍ୟପାଠ ଦାଖଲ କରିବେ । ଯଦି ତୋରଣ ନିର୍ମାଣ କରାଯାଉଥାଏ, ତେବେ ପୂର୍ବ ନିର୍ଦ୍ଧାରିତ ନକ୍ସା ପ୍ରଶାସନ ନିକଟରେ ଦାଖଲ କରିବାକୁ ପଡ଼ିବ। ଏହି ସତ୍ୟପାଠ ଆଧାରରେ ପୂଜା କମିଟିମାନଙ୍କୁ NOC ପ୍ରଦାନ କରାଯିବ । ବ୍ୟବସ୍ଥାକୁ ଅଧିକ ସହଜ କରିବାକୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସିଂଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା କରାଯିବ।
କଟକ ଦୁର୍ଗା ପୂଜା ପାଇଁ ନିର୍ଦ୍ଦେଶନାମା ଜାରି କଲେ ଜିଲ୍ଲାପାଳ






