ଖୋଲିଲା ହୀରାକୁଦର ୨ଟି ଗେଟ୍ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଖୋଲିଲା ୨ଟି ଗେଟ । ଏବେ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୬.୩୭ ଫୁଟ। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରୁଛି ୭୪.୪୭୨ କ୍ୟୁସେକ ଜଳ ।ଲଘୁଚାପ ଜନିତ ବର୍ଷାକୁ ନେଇ ଜଳସଂପଦ ସର୍ୱୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ସୁବଣ୍ଣରେଖାରେ ୨୦.୯୭, ବୁଢାବଳଙ୍ଗରେ ୪୩.୦୭ ମିମି ବର୍ଷା ହୋଇଛି । ବୈତରଣୀରେ ୩୦.୬୫ ମିମି ବର୍ଷା ହୋଇଛି । ବୈତରଣୀ, ବୁଢାବଳଙ୍ଗ ଓ ସୁବଣ୍ଣରେଖାରେ ଜଳସ୍ତର ବଢିବ । ସତର୍କ ସଙ୍କେତ ଉପରକୁ ଯିବ , ଆଜି ବର୍ଷା ନହେଲେ ବିପଦ ସଂକେତ ଟପିବନି । ହୀରାକୁଦରେ ୬୨୬.୩୧ ଫୁଟ, ରେଙ୍ଗାଳିରେ ୧୨୨.୭୩ ମିଟର ଜଳ ଅଛି । ଅନ୍ୟପଟେ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି । କାଲି ପର୍ଯ୍ୟନ୍ତ ୪ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ସେସବୁ ଜିଲ୍ଲା ଗୁଡିକ ହେଉଛି ଦେବଗଡ, ସମ୍ବଲପୁର , ସୁନ୍ଦରଗଡ ଏବଂ ଝାରସୁଗୁଡା ଜିଲ୍ଲା। ସେହିପରି ପୁରୀ, ଖୋର୍ଦ୍ଧା, କେନ୍ଦୁଝର ଏବଂ ଢେଙ୍କାନାଳ, ଅନୁଗୁଳ, କଟକ, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
ଖୋଲିଲା ହୀରାକୁଦର ୨ଟି ଗେଟ୍






