ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟା ଘଟଣାରେ କାର୍ଯ୍ୟାନୁଷ୍ଠାନ । ୭ ଜଣ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗୁଣ୍ଡିଚା ମନ୍ଦିର ସାମ୍ନାରେ ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଥିଲେ । ଉନ୍ନୟନ କମିଶନରଙ୍କୁ ଦଳାଚକଟା ଘଟଣାର ତଦନ୍ତ ଦାୟିତ୍ଵ ଦିଆଯାଇଥିଲା ।ଖବର ଅନୁଯାୟୀ, ୨୦୨୫ ମସିହା ଜୁନ୍ ୨୯ ତାରିଖରେ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟା ହୋଇଥିଲା। ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲା। ଏହି ଘଟଣାକୁ ନେଇ ରାଜ୍ୟ ସରକାର ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ତଦନ୍ତ ଦାୟିତ୍ବ ଦେଇଥିଲେ। ତଦନ୍ତ ରିପୋର୍ଟ ଆଧାରରେ ୭ ଜଣ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିସ୍ କରାଯାଇଛି। OSAP ତୃତୀୟ ବାଟାଲିୟନର କମାଣ୍ଡାଣ୍ଟ ଅଜୟ ପାଢୀ, ଡିସିପି ବିଷ୍ନୁ ପତି, ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ କମାଣ୍ଡାଣ୍ଟ ତାପସ ରଞ୍ଜନ ଦାସ, ଡେପୁଟି କମାଣ୍ଡାଣ୍ଟ କେ.କେ ନାୟକ, ପୁରୀ ସିଟି ଡିଏସପି ପ୍ରଶାନ୍ତ ସାହୁ, କୁମ୍ଭାରପଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଓ OSAP ଅଷ୍ଟମ ବାଟାଲିୟନ କମାଣ୍ଡାଣ୍ଟ ସାରଦା ପ୍ରସାଦ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ।
ଗୁଣ୍ଡିଚା ମନ୍ଦିରରେ ଦଳାଚକଟା ଘଟଣା, ୭ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ






