ତ୍ରିଶୂଳିଆ-ବାରଙ୍ଗ ମୁଖ୍ୟ ରାସ୍ତା ନିକଟରୁ ଶୁକ୍ରବାର ବିଳମ୍ବିତ ରାତିରେ ବିରାଟ ଅଜଗର ସାପ ଉଦ୍ଧାର। ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କ ସହାୟତାରେ ଏକ ୧୦ ଫୁଟ ଲମ୍ବର ବିରାଟ ଅଜଗର ସାପକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଅଜଗରଟି ଚନ୍ଦକା ଅଭୟାରଣ୍ୟରୁ ଖାଦ୍ୟ ଅନ୍ୱେଷଣରେ ଆସି ମଧୁପୁର ଗାଁ ମୁଣ୍ଡରେ ରାସ୍ତା ପାର ହେଉଥିବା ବେଳେ ଲୋକମାନେ ଦେଖି ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ଅଜଗରକୁ ସୁରକ୍ଷିତ ଭାବେ ନିକଟସ୍ଥ ଚନ୍ଦକା ଡମପଡା ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଛି ।
ତ୍ରିଶୂଳିଆ-ବାରଙ୍ଗ ମୁଖ୍ୟ ରାସ୍ତା ନିକଟରୁ ୧୦ ଫୁଟର ବିରାଟ ଅଜଗର ସାପ ଉଦ୍ଧାର






