ସୋମବାର ପୁଣି ଦିଲ୍ଲୀ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ଯାଇଥିବାବେଳେ ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ତେଣେ ଗତକାଲିଠାରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ନୂଆଦିଲ୍ଲୀରେ ଅଛନ୍ତି।କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ମୋହନ-ମନମୋହନ ମିଳିତ ଭାବେ ଆଲୋଚନା କରିପାରନ୍ତି। କମିଟି, ବୋର୍ଡ ନିଗମ ନିଯୁକ୍ତି, ମନ୍ତ୍ରିମଣ୍ଡଳ ନେଇ ବଡ଼ଧରଣର ଆଲୋଚନା ହେବ ବୋଲି ଚର୍ଚ୍ଚା ହେଉଛି।
ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ






