ଦେଶରେ ଥିବା ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ଭିତରୁ ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମମତା ବାନାର୍ଜୀ । ତାଙ୍କ ପାଖରେ ଏବେ ମାତ୍ର ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ଥିବାବେଳେ, ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ସେ ସବୁଠୁ ଗରିବ|ଏଡିଆର୍(ଆସୋସିଏସନ ଫର ଡମେକ୍ରାଟିକ ରିଫର୍ମ)ର ସଦ୍ୟତମ ରିପୋର୍ଟରୁ ଏହା ଜଣାପଡ଼ିଛି। ତେବେ ତାଙ୍କ ପଛକୁ ରହିଛନ୍ତି ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। ଏଡିଆର୍ ରିପୋର୍ଟ ଅନୁସାରେ ଓମାରଙ୍କ ପାଖରେ ୫୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଥିବା ସେ ଘୋଷଣା କରିଛନ୍ତି। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍.ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀମାନଙ୍କ ଭିତରେ ସବୁଠୁ ଧନୀ । ତାଙ୍କ ପାଖରେ ମୋଟ ୯୩୧ କୋଟି ଟଙ୍କାର ସମ୍ପତ୍ତି ରହିଛି । ତାଙ୍କ ପଛକୁ ଅରୁଣାଚଳ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ରହିଛନ୍ତି । ଅରୁଣାଚଳର ମୁଖ୍ୟମନ୍ତ୍ରୀଙ୍କ ପାଖରେ ୩୩୨ କୋଟି ଟଙ୍କାର ସମ୍ପତ୍ତି ରହିଛି । ତେବେ ଦେଶର ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ପାଖରେ ମୋଟ ୧୬୩୦ କୋଟି ଟଙ୍କାର ସମ୍ପତ୍ତି ରହିଛି । ତେବେ ଦେଶର ତୃତୀୟ ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ। ତାଙ୍କ ପାଖରେ ୧ କୋଟି ଟଙ୍କାରୁ ଅଧିକ ରହିଛି। ମୁଖ୍ୟମନ୍ତ୍ରୀମାନେ ଗତ ବିଧାନସଭା ନିର୍ବାଚନ ଲଢ଼ିବା ପୂର୍ବରୁ ଦାଖଲ କରିଥିବା ଶପଥପତ୍ରରେ ଦେଇଥିବା ସମ୍ପତ୍ତି ହିସାବରେ ଏଡିଆର୍ ଏହି ରିପୋର୍ଟ ପ୍ରକାଶ କରିଛି।ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିବା ମୋହନ ଚରଣ ମାଝୀ ବି ଜଣେ କୋଟିପତି ମୁଖ୍ୟମନ୍ତ୍ରୀ। ୨୦୨୪ ବିଧାନସଭା ନିର୍ବାଚନରେ ସେ ତାଙ୍କ ଶପଥ ପାଠରେ ସମ୍ପତ୍ତି ଘୋଷଣା କରିଥିଲେ। ତାଙ୍କ ଘୋଷଣା ଅନୁସାରେ, ମୋହନ ମାଝୀଙ୍କ ସମ୍ପତ୍ତି ୧.୯୭ କୋଟି ରହିଥିଲା। ସେଥିମଧ୍ୟରୁ ୯୫.୫୮ ଲକ୍ଷ ଟଙ୍କାର ଋଣ ଥିଲା ବୋଲି ମୋହନ ମାଝୀ କହିଥିଲେ।
ଦେଶରେ ଥିବା ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ଭିତରୁ ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ହେଲେ ମମତା






