ନୂଆପଡ଼ା ଉପନିର୍ବାଚନ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି। ସୁନାବେଡ଼ାକୁ ଯିବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ ହୋଇଛି। ଗୋଟମା ଏୟାରଷ୍ଟ୍ରିଫ୍ରେ ପୋଲିସ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇଛି। ଫ୍ଲାଇଂ ସ୍କ୍ୱାଡ୍, ଆୟକର ବିଭାଗ ଓ ଭିଡିଓ ସର୍ଭେଲାନ୍ସ ଟିମ୍ ପକ୍ଷରୁ ହେଉଛି ଯାଞ୍ଚ । ନୂଆପଡା ଉପନିର୍ବାଚନ ପାଇଁ ଆସନ୍ତାକାଲି ପ୍ରଚାରର ଶେଷ ଦିନ । ଏହି ସମୟରେ ଆଜି ପୁଣି ନୂଆପଡା ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ଏହା ମୁଖ୍ୟମନ୍ତ୍ରୀଙ୍କ ଉପନିର୍ବାଚନ ପ୍ରଚାର ପାଇଁ ନୂଆପଡାର ତୃତୀୟ ଗସ୍ତ ।ସେହିପରି ଶୁକ୍ରବାର ନୂଆପଡ଼ା ଯାଇଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ସମୟରେ ନବୀନଙ୍କ ହେଲିକପ୍ଟର ଯାଞ୍ଚ ମଧ୍ୟ କରାଯାଇଥିଲା।
ନୂଆପଡ଼ା ଉପନିର୍ବାଚନ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ






