ନୂଆପଡା ଉପନିର୍ବାଚନ ପାଇଁ ବିଜେଡି ୩ଟି କମିଟି ଗଠନ କରିଛି । ଷ୍ଟିୟରିଂ, ଜୋନାଲ, ଲୋକାଲ ଆକ୍ସନ କମିଟି ଗଠନ କରିଛି। ଦଳର ସଭାପତି ନବୀନ ପଟ୍ଟନାୟକ ଏହି କମିଟି ଗଠନ କରିଛନ୍ତି। ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ସ୍ନେହାଙ୍ଗିନୀ ଛୁରିଆ ଷ୍ଟିଅରିଂ କମିଟି ସଦସ୍ୟ । ଟୁକୁନି ସାହୁ, ନିରଞ୍ଜନ ବିଶି ଓ ଆୟୁବ ଖାଁ ଷ୍ଟିଅରିଂ କମିଟି ସଦସ୍ୟ । ଜୋନାଲ କମିଟିରେ ରହିଲେ ୧୦ ବରିଷ୍ଠ ନେତା । ୪ ନେତାଙ୍କୁ ୨ ଏନଏସି ଦାୟିତ୍ବ । କଳିକେଶ ନାରାୟଣ ସିଂହଦେଓ – ନୂଆପଡ଼ା ଏନଏସି । ସାରଦା ନାୟକ – ନୂଆପଡ଼ା ଏନଏସି । ରୋହିତ ପୂଜାରୀ – ଖରିଆର ଏନଏସି । ବିକ୍ରମ ପଣ୍ଡା – ଖରିଆର ଏନଏସି । ସୁଦାମ ମାର୍ଣ୍ଡି, ଦେବେଶ ଆଚାର୍ଯ୍ୟଙ୍କୁ ଜୋନ ଦାୟିତ୍ବ । ସରୋଜ ମେହେର, ମନୋହର ରନ୍ଧାରୀଙ୍କୁ ଜୋନ ଦାୟିତ୍ବ । ପ୍ରଦୀପ ମାଝୀ ଓ ଯୋଗେଶ ସିଂହଙ୍କୁ ଜୋନ ଦାୟିତ୍ବ ।ଲୋକାଲ ଆକ୍ସନ କମିଟିରେ ୩ ଜଣ ସଦସ୍ୟ ରହିଛନ୍ତି। ଅଧିରାଜ ପାଣିଗ୍ରାହୀ, ଅବନୀ ଜୋଷୀ, ମନୋଜ ମିଶ୍ର ସଦସ୍ୟ ରହିଛନ୍ତି।
ନୂଆପଡା ଉପନିର୍ବାଚନ ପାଇଁ ବିଜେଡି ୩ଟି କମିଟି ଗଠନ






