ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନୂଆପଡା ବିଧାନସଭା ମଣ୍ଡଳୀର ଭୋଟର ତାଲିକା ସଂଶୋଧନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆସନ୍ତାକାଲି ସୁଦ୍ଧା ମତଦାନ କେନ୍ଦ୍ରର ପୁନଃବ୍ୟବସ୍ଥାପନ/ ପରିବର୍ତ୍ତନ ହେବ । ସେପ୍ଟେମ୍ବର ୧୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୋଟର ନିଜର ଦାବି ଓ ଆପତ୍ତି ଦାଖଲ କରିପାରିବେ। ଅକ୍ଟୋବର ୭ ତାରିଖ ସୁଦ୍ଧା ଏହି ଦାବି ଓ ଆପତ୍ତିର ସମାଧାନ କରାଯିବ। ଅକ୍ଟୋବର ୯ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା ।ସୂଚନାଯୋଗ୍ୟ ଯେ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଆସନ ଖାଲି ପଡିଛି। ଏଠାରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି।
ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏସଏସଆର






