ନ୍ୟାସନାଲ ଜିଓଗ୍ରାଫିକ ପତ୍ରିକା ପ୍ରଚ୍ଛଦ ପୃଷ୍ଠାରେ ଶିମିଳିପାଳ କଳାବାଘ ଫଟୋ । ‘X’ରେ ପୋଷ୍ଟ କରି ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶିମିଳିପାଳର ସୌନ୍ଦର୍ଯ୍ୟ କଳାବାଘର ଚିତ୍ର ଦେଖି ଖୁସି ହେଲି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶିମିଳିପାଳର ଉଦ୍ଭିଦ ଓ ବନ୍ୟଜନ୍ତୁ ଭୂଦେବୀଙ୍କ ଆଶୀର୍ବାଦ ବୋଲି କହିଛନ୍ତି । ଶିମିଳିପାଳ ସର୍ବଦା ଫଟୋଗ୍ରାଫର, ପ୍ରକୃତିପ୍ରେମୀଙ୍କ ପାଇଁ ଆକର୍ଷଣୀୟ । ପତ୍ରିକାରେ ଆଲେଖ୍ୟ ଓ ଫଟୋ ପାଇଁ ପ୍ରସେନଜିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ନ୍ୟାସନାଲ ଜିଓଗ୍ରାଫିକ କଭର୍ ରେ ଶିମିଳିପାଳ ‘କଳାବାଘ’, ‘X’ରେ ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ






