ପୁଣି ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା । ଗର୍ଭ ଗୃହରେ ଫଟୋ ଉଠାଉଥିବାବେଳେ ଧରାପଡ଼ିଲେ ଜଣେ ପର୍ଯ୍ୟଟକ । ହିଡେନ୍ କ୍ୟାମେରା ନେଇ ମନ୍ଦିର ମଧ୍ୟ ପ୍ରବେଶ କରିଥିବା ବ୍ୟକ୍ତି ଜଣକ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳର ଅରୂପ ରାୟ ବୋଲି ଜଣାପଡିଛି ।ପୂର୍ବରୁ ମଧ୍ୟ ପଶ୍ଚିମବଙ୍ଗର ଜଣେ ଯୁବକ ଶ୍ରୀମନ୍ଦିରର ପଶ୍ଚିମଦ୍ଵାର ପଟେ ହେଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ପ୍ରବେଶ କରୁଥିବା ବେଳେ ପୁଲିସ୍ ଅଟକ କରିଥିଲେ । ସେହି ଘଟଣାରେ ଆଇନ ମନ୍ତ୍ରୀ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ । କହିଥିଲେ ,ଏ ବାବଦରେ ସରକାର ଗମ୍ଭୀରତାର ସହ ଚିନ୍ତା କରୁଛନ୍ତି । କେମିତି କଠୋର ଚେକିଂ ହେବ ସେ ନେଇ ପ୍ରକ୍ରିୟା ଆରମ୍ଭ ହେବ । ସେପଟେ ପୁରୀ ଏସପି କହିଛନ୍ତି, ଶ୍ରୀମନ୍ଦିର ଭିତରେ ହିଡେନ କ୍ୟାମେରା ନେଇ ଯାଇଥିବା ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। କେଉଁ ପରିସ୍ଥିତିରେ ଏବଂ କ’ଣ ଉଦ୍ଦେଶ୍ୟ ନେଇ ସେ ଶ୍ରୀମନ୍ଦିର ଭିତରକୁ ହିଡେନ୍ କ୍ୟାମେରା ନେଇ ଯାଇଥିଲେ ତାର ତଦନ୍ତ ଚାଲିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ପୋଲିସ ମୋବାଇଲ ଫୋନ୍ ଜବତ କରିବା ସହ ହିଡେନ କ୍ୟାମେରା ସଂଯୁକ୍ତ ଚଷମା ମଧ୍ୟ ଜବତ କରିଛି ପୋଲିସ। ଶ୍ରୀମନ୍ଦିର ଆଇନ ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ପୁଣି ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା ।ଭିଡିଓ ଉତ୍ତୋଳନ ବେଳେ ଧରାପଡ଼ିଲେ ଯୁବକ






