ବାଲେଶ୍ୱରରେ ଲଗାଣ ବର୍ଷା ଯୋଗୁଁ ପାଣିରେ ରାସ୍ତା ଘାଟ ବୁଡିଯାଇଛି। ରାସ୍ତା ବର୍ତ୍ତମାନ ନଦୀର ଭ୍ରମ ସୃଷ୍ଟି କରିଛି।ଏପରିକି ପ୍ରବଳ ବର୍ଷାଯୋଗୁ ବାଲେଶ୍ବର ସହରରେ ପୋଷ୍ଟ ଅଫିସ୍ ଭିତରେ ପାଣି ପଶି ଯାଇଛି । ଫଳରେ ପାଣିରେ ଭାସୁଛି ୫ ଶହ ଟଙ୍କିଆ ନୋଟ୍ ଓ ଲୋକଙ୍କ ପାସବୁକ୍ । ଏହାସହିତ କମ୍ପ୍ୟୁଟର ପ୍ରିଣ୍ଟର ମେସିନ ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ପାଣିରେ ଭାସୁଛି ।ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା । ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ପଶ୍ଚିମ ଓଡ଼ିଶାର ଅନ୍ୟ ସ୍ଥାନରେ ବି ଅଧିକ ବର୍ଷିବ। କିଛି ସ୍ଥାନରେ ୨୦୦ ମିଲିମିଟରରୁ ଅଧିକ ବର୍ଷିପାରେ ବୋଲି ପାଣିପାଗ ବିଭାଗ କହିଛି ।
ବାଲେଶ୍ୱରରେ ପାଣିରେ ଭାସୁଛି ୫ ଶହ ଟଙ୍କିଆ ନୋଟ୍






