ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଦିନିକିଆ ନୂଆପଡ଼ା ଗସ୍ତରେ ଯାଇ ପହଞ୍ଚିଛନ୍ତି। ନବୀନ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି। ଏହି ଅବସରରେ ନବୀନ ଖରିଆର୍ ରୋଡ ଏନଏସି ଅଞ୍ଚଳର ଦାଗା, ବିଜୁ ପଟ୍ଟନାୟକ ଏବଂ ଲକ୍ଷ୍ମଣିଆ ପେଟ୍ରୋଲ ପମ୍ପ ଛକ ଦେଇ ରୋଡ ଶୋ କରିଛନ୍ତି।ତେବେ ନୂଆପଡାରେ ଶାସକ ଦଳକୁ ଶାଣିତ ଟାର୍ଗେଟ କରିଛନ୍ତି ନବୀନ । ସ୍ୱର୍ଗତ ରାଜୁ ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଟାର୍ଗେଟ କଲେ ନବୀନ । ବିକାଶର ପ୍ରସଙ୍ଗ ଉଠାଇ ନୂଆପଡା ଭୋଟରଙ୍କୁ ପ୍ରଶ୍ନ କଲେ ନବୀନ ।୩୦୦ ୟୁନିଟ ମାଗଣା ବିଜୁଳି ଓ ୩୫୦୦ ଟଙ୍କାର ପେନସନ ମିଳିଲା କି, ଚାଷୀଙ୍କୁ ୟୁରିଆ ସାର ଓ ଯୁବବର୍ଗଙ୍କୁ ଚାକିରି ମିଳିଲା କି ।ମିଶନ ଶକ୍ତି ମହିଳାଙ୍କୁ ଋଣ ମିଳିଲା କି, କଟନୀ ଛଟନୀ ବନ୍ଦ ହେଲା କି । ରଙ୍ଗ ମାରିଲେ ବିକାଶ ହୁଏନି, ରାଜ୍ୟବାସୀଙ୍କୁ ଡବଲ ଧୋକା ମିଳିଛି । ଆୟୁଷ୍ମାନ କାର୍ଡରେ କେବଳ ଟେନସନ ମିଳିଲା । ଭୋଟ ଚୋରି କରି ସରକାର କରିପାରନ୍ତି, ପ୍ରାର୍ଥୀ ବି ଚୋରି କରିପାରନ୍ତି । କିନ୍ତୁ ଭୋଟରଙ୍କ ହୃଦୟ କେବେ ବି ଜିତିପାରିବେନି ।ଆଜି ବି ଆପଣଙ୍କ ଆଖିରେ ଦୁଃଖ ଓ କ୍ରୋଧ ଦେଖିପାରୁଛି। ଆପଣଙ୍କ ସହ, ବିଜେଡି ଓ ମୋ ସହ କିପରି ବେଇମାନି କରାଗଲା ଭଲ ଭାବେ ଜାଣନ୍ତି ବୋଲି ନବୀନ କଡ଼ା ଟାର୍ଗେଟ କରିଛନ୍ତି।
ବିଜେପି ସରକାର ମିଥ୍ୟା ପ୍ରଚାର କରୁଛି। ଡବଲ ଇଞ୍ଜିନ ସରକାର ଡବଳ ଧୋକା -ନବୀନ






