ବରଗଡ଼ ଜିଲା ବିଜେପୁର ଥାନାରେ କାର୍ଯ୍ୟରତ ପୋଲିସ ଏସ୍ଆଇ ଜଗା ବରିହା ସୋମବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ଜଣେ ସ୍କ୍ରାପ ବ୍ୟବସାୟୀଙ୍କଠାରୁ ୭ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡି ବସିଥିଲା। ସୁଚାମୁତାବକ ବରଗଡ଼ ବିଜେପୁର ଏସଆଇ ଜଗା ବରିହା ଜଣେ ସ୍କ୍ରାପ ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ । ସୁରୁଖୁରୁରେ ବ୍ୟବସାୟ କରିବା ଓ ତାଙ୍କ ନାଁରେ କୌଣସି ମାମଲା ନ କରିବାକୁ ମାଗିଥିଲେ ଲାଞ୍ଚ । ୧୦ ହଜାର ଟଙ୍କାରେ ହୋଇଥିଲା ଡିଲ । ଆଜି ୭ ହଜାର ନେଉଥିବା ବେଳେ ଏସଆଇକୁ କାବୁ କରିଥିଲା ଭିଜିଲାନ୍ସ । ଲାଞ୍ଚ ଟଙ୍କା ଜବତ କରି ଏସଆଇଙ୍କ ୩ ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ।
ଭିଜିଲାନ୍ସ ଜାଲରେ ଏସଆଇ । ୭ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ






