ୟୁପିର ଶାହଜହାଁପୁରରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ନିଗୋହି ଅଞ୍ଚଳର ବାସିନ୍ଦା ବିପିନ ଦୁଇ ଦିନ ପୂର୍ବେ ଦୁର୍ଘଟଣାର ଶିକାର ହୋଇଥିଲେ। ଏହା ପରେ ତାଙ୍କୁ ସରକାରୀ ମେଡିକାଲ କଲେଜର ତୃତୀୟ ମହଲାରେ ଥିବା ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ବିପିନ ୱାର୍ଡରେ ଥିବା କର୍ମଚାରୀ ଏବଂ ତାଙ୍କ ପରିବାରକୁ ଚକମା ଦେଇ ବାହାରକୁ ଯାଇ ମଦ ଦୋକାନରୁ ମଦ କିଣିଥିଲେ। ତା’ପରେ ସେ ନିକଟସ୍ଥ ହ୍ୟାଣ୍ଡପମ୍ପରୁ ପାଣି ନେଇ ମଦରେ ମିଶାଇ ପିଇଥିଲେ ଏବଂ ବଳକା ମଦ ବୋତଲକୁ ତାଙ୍କ ପକେଟରେ ରଖିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପରିଶ୍ରା କରିବାରେ ସମସ୍ୟା ହେଉଥିବାରୁ କ୍ୟାଥେଟର ପାଇପ୍ ଲଗାଇଥିଲେ ଡାକ୍ତର। ଏହା ସହ ତାଙ୍କ ମୁଣ୍ଡରେ ବ୍ୟାଣ୍ଡେଜ୍ ଲଗାଯାଇଥିଲା। ଏହି ଅବସ୍ଥା ସତ୍ତ୍ୱେ ବିପିନ ମଦ ପିଇବା ଭୁଲିନଥିଲେ। ମନକୁ ନିୟନ୍ତ୍ରଣ କରିନପାରି ସେ Urine ବ୍ୟାଗ୍ ଧରି ମଦ ଦୋକାନରେ ପହଞ୍ଚିଥିଲେ।ପୁଅ ଏଭଳି କାମ କରି ଲଜ୍ଜିତ କରିଛି। ଆମେ ବହୁତ ଦୁଃଖିତ ବୋଲି ତାଙ୍କ ମା କହିଛନ୍ତି |
ମଦ ପିଇବା ପାଇଁ ହାତରେ ୟୁରିନ୍ ବ୍ୟାଗ୍ ଧରି ମଦ ଦୋକାନକୁ ଗଲେ ରୋଗୀ






