ଶକ୍ତି ପୀଠରେ ଚାଲିଛି ଶାରଦୀୟ ପାର୍ବଣ ପୂଜା । ସମ୍ପୂର୍ଣ୍ଣ ରୀତିନୀତିର ସହ ମାଆଙ୍କର ଷୋଡଶ ଉପଚାରରେ ପୂଜା କରାଯାଉଥିବା ବେଳେ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମାଆ । ଅନ୍ୟ ପୀଠ ଭଳି ମାଆ କଟକ ଚଣ୍ଡୀଙ୍କ ପୀଠରେ ମାଆଙ୍କର ବିଭିନ୍ନ ବେଶ କରାଯାଉଛି ।କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀ ଆଜି ରାଜ ରାଜେଶ୍ୱରୀ ବେଶରେ ସଜ୍ଜିତ ହୋଇ ଦର୍ଶନ ଦେବେ । ଗତକାଲି ମାଆ ଉଗ୍ରତାରା ବେଶରେ ଶ୍ରଦ୍ଧାଳଙ୍କୁ ଦର୍ଶନ ଦେଇଥିଲେ । ସେବକ ମାନଙ୍କ ବାଦ୍ୟଯନ୍ତ୍ରର ସୁମଧୁର ପରିବେଷଣ ସାଙ୍ଗକୁ ହୋମପାଠ , ଯଜ୍ଞାନୁଷ୍ଠାନ ଓ ବେଦ ଧ୍ଵନିରେ କଟକର ସମସ୍ତ ଶକ୍ତି ପୀଠ ପ୍ରକମ୍ପିତ ହେଉଛି । ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ମଧ୍ୟରେ ଭକ୍ତ ମାନେ ମାଙ୍କ ବେଶ ଦର୍ଶନ କରି କରୁଣା ଲାଭ କରୁଛନ୍ତି ।
ରାଜ ରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ କଟକଚଣ୍ଡୀ






