ଚପଲପିନ୍ଧି ଶ୍ରୀମନ୍ଦିର ଭିତରେ ପ୍ରବେଶ ଉଦ୍ୟମ କଲେ ଭକ୍ତ । ରାଧାବଲ୍ଲଭ ମଠ ସମ୍ମୁଖ ଗେଟ୍ ଦେଇ ସିଧାସଳଖ ପ୍ରବେଶ କରୁଥିଲେ ।ସିଂହଦ୍ୱାର ଆଗେର ଯୁବକଙ୍କୁ ଅଟକାଇ ଥାନାକୁ ନେଲା ପୋଲିସ । ଚପଲ ପିନ୍ଧି ମନ୍ଦିରକୁ ନ ଯିବାକୁ ବାରଣ କରିବାରୁ ଜେଟିପିଙ୍କ ସହିତ ଯୁବକଙ୍କର ଯୁକ୍ତିତର୍କ ହୋଇଥିଲା । ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା ।ଖବର ଅନୁଯାୟୀ, ପ୍ରତିଦିନ ପରି ଆଜି ବି ଭୋର ସମୟରେ ସିଂହଦ୍ୱାର ଖୋଲାଯିବାର ଥିଲା । ହେଲେ ଏହାପୂର୍ବରୁ ଦେଖିବାକୁ ମିଳିଲା ଏକ ଅଭାବନୀୟ ଘଟଣା । ଜଣେ ଯୁବକ ଚପଲ ପିନ୍ଧି ସିଂହଦ୍ୱାରକୁ ପ୍ରବେଶ ପାଇଁ ଉଦ୍ୟମ କରୁଥିଲେ । ଯାହାକୁ ଦେଖି ସୁରକ୍ଷାରେ ନିୟୋଜିତ ଥିବା ପୋଲିସ ଏବଂ ଜେଟିପି ବାରଣ କରିଥିଲେ । ହେଲେ ଯୁବକ ଜଣଙ୍କ ଉଭୟ ପୋଲିସ,ଜେଟିପି ସହ ଯୁକ୍ତିତର୍କ କରିଥିଲେ । ଏହାପରେ ପୋଲିସ ଯୁବକଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖି ପଚରାଉଚରା କରୁଛି । ଯୁବକ ଜଣଙ୍କ ଢେଙ୍କାନାଳର ଲାଲୁ ପ୍ରସାଦ ସାହୁ ବୋଲି ଜଣାପଡିଛି । ଗତକାଲ ଶ୍ରୀମନ୍ଦିରରେ ଛେପ ପକାଇବାକୁ ନେଇ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା ଭିତର କାଠ ପାଖରେ ଛେପ ଖଙ୍କାର ପଡ଼ିବାରୁ ମହାସ୍ନାନ। ଅବକାଶ ପୂଜା ସମୟରେ ବଡ଼ ମହାସ୍ନାନ ହେଉଛି।
ଶ୍ରୀମନ୍ଦିର ଭିତରକୁ ଚପଲ ପିନ୍ଧି ପ୍ରବେଶ ପାଇଁ ଉଦ୍ୟମ, ଯାହାଙ୍କୁ ଅଟକ ରଖିଛି ପୁରୀ ପୋଲିସ ଓ ଜେଟିପି






