ସାଲିଆ ସାହିରେ ବୁଲିଲା ବୁଲ ଡୋଜର । ଚାଲିଛି ଉଚ୍ଛେଦ ପ୍ରକ୍ରିୟା ଏବଂ ଏହାକୁ ବିରୋଧ କରିଛନ୍ତି ସାଲିଆ ସାହି ବାସିନ୍ଦା । ଉତ୍ତେଜନା ମୂଳକ ପରିସ୍ଥିତି ସେଠାରେ ଉପୁଜିଛି । ବିଏମସି ଏବଂ ବିଡିଏ ପକ୍ଷରୁ ମିଳିତ ଭାବରେ ସାଲିଆ ସାହିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଏକାମ୍ର କାନନରୁ ଅନ୍ଧାରୁଆ ୧୩ କିଲୋମିଟର ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ ଏହି ଉଚ୍ଛେଦ ଚାଲିଛି ।। ଆଜିଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବାକିଥିବା ପ୍ରାୟ ୫୧୭ ଘର ଉଚ୍ଛେଦ କରାଯିବ ।ଉଚ୍ଛେଦକୁ ନେଇ ସାଲିଆ ସାହିରେ ଚାପ ଉତ୍ତେଜନା ଲାଗିରହିଛି। ତୀବ୍ର ଉତ୍ତେଜନାକୁ ଦୃଷ୍ଟିରେ ରଖି ୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ବିଏମସି ପକ୍ଷରୁ ଭଙ୍ଗାଯିବାକୁ ଥିବା ଘର ଗୁଡ଼ିକୁ ଚିହ୍ନଟ କରାଯାଇଛି। ଗତକାଲି ଡାକବାଜି ଯନ୍ତ୍ର ଘର ଘର ବୁଲି ଏ ସମ୍ପର୍କରେ ଅବଗତ କରାଇଛି। ନିଜ ନିଜର ଆସବାବପତ୍ର ବାହାର କରିବାକୁ କୁହାଯାଇଛି। ପୂର୍ବରୁ ଭଙ୍ଗାଯାଇଛି ୧୦୦ରୁ ଉର୍ଦ୍ଧ୍ବ ଘର ।
ସାଲିଆ ସାହିରେ ବୁଲିଲା ବୁଲ ଡୋଜର






