ମାଲକାନଗିରି ସୀମାନ୍ତ ଛତିଶଗଡରେ ନକ୍ସଲ କଲେ ଆତ୍ମସମର୍ପଣ। ମହାରାଷ୍ଟ୍ର ପରେ ଛତିଶଗଡ଼ । ଛତିଶଗଡ଼ରେ ଆତ୍ମସମର୍ପଣ କଲେ ଟପ ମାଓ ନେତାଙ୍କ ସମେତ ୨୧୦ ନକ୍ସଲ । ୧୫୩ଟି ଅସ୍ତ୍ରଶସ୍ତ୍ର ସହ ୨୧୦ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୧୦ଜଣ ମହିଳା ଓ ୯୮ ଜଣ ପୁରୁଷ । ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଦଣ୍ଡକାରଣ୍ୟ ଅଞ୍ଚଳରେ ସକ୍ରିୟ ମାଓବାଦୀମାନେ ଅସ୍ତ୍ର ଛାଡ଼ି ସରେଣ୍ଡର କରିଛନ୍ତି । ସେମାନଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ସିପିଆଇ ମାଓବାଦୀ ସଂଗଠନର ଜଣେ ସେଣ୍ଟ୍ରାଲ କମିଟି ମେମ୍ବର, ୪ଜଣ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନ କମିଟି ମେମ୍ବର,ଜଣେ ରିଜିଅନାଲ କମିଟି ସଦସ୍ୟ, ୨୧ ଡିଭିଜନାଲ କମିଟି ସଦସ୍ୟ ଓ ୬୧ ଜଣ ଏରିଆ କମିଟି ସଦସ୍ୟ ସାମିଲ ଅଛନ୍ତି ।ଏହି ମାଓବାଦୀଙ୍କ ମଧ୍ୟରେ କୁଖ୍ୟାତ ‘ବୋମା ନିର୍ମାତା’ ତକ୍କାଲପାଲ୍ଲି ବାସୁଦେବ ରାଓ, ଓରଫ ରୂପେଶ (୫୯) ଅନ୍ୟତମ।ସେମାନଙ୍କ ମଧ୍ୟରୁ ଅଧିକାଂଶ ଅବୁଝମାଡ଼ରେ ମାଓ କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ ।ଏହାସହ ଉତ୍ତର ବସ୍ତରରେ ଲାଲ ବାହିନୀ ଆଡ୍ଡା ଧ୍ବଂସ ପାଇଛି ।
୧୫୩ଟି ଅସ୍ତ୍ରଶସ୍ତ୍ର ସହ ୨୦୦ ରୁ ଉର୍ଦ୍ଧ୍ବ ନକ୍ସଲ କଲେ ଆତ୍ମସମର୍ପଣ






