AK ଯଦି କେହି କ୍ରେଡିଟ୍ କାର୍ଡକୁ କେବଳ ଛୋଟ ଛୋଟ ଖର୍ଚ୍ଚ ପାଇଁ ବ୍ୟବହାର ନକରି ବଡ଼ ପେମେଣ୍ଟ ପାଇଁ ବ୍ୟବହାର କରୁଥାନ୍ତି ତାହେଲେ ଏ ଖବର ସେମାନଙ୍କ ପାଇଁ । ଏପରି ବ୍ୟକ୍ତି ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ରାଡାରରେ ଆସିପାରନ୍ତି । କାରଣ, ଆୟକର ବିଭାଗ ଏବେ ହାଇ ଭ୍ୟାଲ୍ୟୁ ଟ୍ରାଞ୍ଜାକ୍ସନ୍ ଉପରେ ପୂର୍ବାପେକ୍ଷା ଅଧିକ ନଜର ରଖୁଛି । ବିଶେଷ କରି କ୍ରେଡିଟ୍ କାର୍ଡରୁ ହେଉଥିବା ବଡ଼ ଧରଣର ଖର୍ଚ୍ଚକୁ ନେଇ ଟ୍ୟାକ୍ସ ନୋଟିସ୍ ଆସିବାର ଆଶଙ୍କା ରହିଛି । ସୂଚନା ମୁତାବକ, ଆୟକର ବିଭାଗ ବାର୍ଷିକ ସୂଚନା ବିବରଣୀ, ତଥା (AIS) ଏବଂ ଆର୍ଥିକ କାରବାର ବା (SFT) ମାଧ୍ୟମରେ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକରୁ ତଥ୍ୟ ହାସଲ କରୁଛି । ଏଥିରେ ବର୍ଷସାରା ଆପଣଙ୍କର କେଡିଟ୍ କାର୍ଡ ଖର୍ଚ୍ଚ ସମ୍ପର୍କୀତ ତଥ୍ୟ ବି ଅନ୍ତର୍ଭୁକ୍ତ । ଯଦି ଆପଣଙ୍କ ଖର୍ଚ୍ଚ ଆପଣ ଦର୍ଶାଇଥିବା ITRରେ ଦର୍ଶାଯାଇଥିବା ଆୟ ସହ ମେଳ ଖାଉନାହିଁ । ତେବେ ଟ୍ୟାକ୍ସ ବିଭାଗ ଆପଣଙ୍କୁ ଜବାବ୍ ତଲବ ପାଇଁ ନୋଟିସ୍ ପଠାଇପାରେ । ଏହାର ଅର୍ଥ ଆପଣ ଦେଇଥିବା ଅସ୍ପଷ୍ଟ ତଥ୍ୟ ଏବଂ ପେମେଣ୍ଟ ରେକର୍ଡ କାରଣରୁ ଆପଣଙ୍କ ପାଖକୁ ଟ୍ୟାକ୍ସ ନୋଟିସ୍ ଆସିପାରେ ।

ଟ୍ୟାକ୍ସବଡିର ପ୍ରତିଷ୍ଠାତା ସୁଜିତ ବାଙ୍ଗର ସୋସିଆଲ ମିଡିଆର ଏକ ପୋଷ୍ଟରେ ଜଣେ କରଦାତାଙ୍କ ଉଦାହରଣ ଦେଇ ଏହି ସମସ୍ୟାକୁ ବୁଝାଇଛନ୍ତି। କହିଛନ୍ତି, ତାଙ୍କ ଆୟକର ରିଟର୍ଣ୍ଣ ବା ITR ଫାଇଲ ନକରିବା ପରେ ତାଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା । ତଥାପି କ୍ରେଡିଟ୍ କାର୍ଡ ପେମେଣ୍ଟ ଭଳି ହାଇ ପେମେଣ୍ଟ କାରବାରକୁ ଟ୍ରାକ୍ କରୁଥିବା SFT ସିଷ୍ଟମ୍ ମାଧ୍ୟମରେ ତାଙ୍କ ପୂରା ଆର୍ଥିକ କାରବାର ଜଣାପଡ଼ିଯାଇଥିଲା । ଆୟକର ବିଭାଗ ପ୍ରତୀକଙ୍କ କ୍ରେଡିଟ୍ କାର୍ଡକୁ ମାଧ୍ୟମ କରି ତାଙ୍କର ସମସ୍ତ ଆଥର୍ଇକ ଲେଣଦେଣ ବାବଦରେ ଜାଣିପାରିଥିଲେ । ଏହି ଆଧାରରେ ତାଙ୍କ ପାଖକୁ ସାଢ଼େ ୧୬ ଲକ୍ଷ ଟଙ୍କାର ଟ୍ୟାକ୍ସ ନୋଟିସ୍ ଆସିଥିଲା । ତେବେ କ୍ରେଡିଟ୍ କାର୍ଡର ବ୍ୟବହାର ସାଧାରଣତଃ ପୂରା ପରିବାରର ବ୍ୟବସାୟିକ ଖର୍ଚ୍ଚ ପାଇଁ କରାଯାଏ । କିନ୍ତୁ ଖର୍ଚ୍ଚ ଯିଏ ବି କରୁ ନୋଟିସ୍ କିନ୍ତୁ ଟ୍ୟାକ୍ସ ଦାତାଙ୍କ ପାଖକୁ ହିଁ ଆସିବ । ତେବେ ଏକଥା ଜାଣିବା ଜରୁରି ଯେ , ଆପଣଙ୍କ ଖର୍ଚ୍ଚରୁ କେତେରୁ ଅଧିକ ହେଲେ ଆପଣଙ୍କ ପାଖକୁ ଟ୍ୟାକ୍ସ ନୋଟିସ୍ ଆସିବ । ନିୟମ ଅନୁସାରେ, ଯଦି ଆପଣ ଗୋଟିଏ ଆର୍ଥିକ ବର୍ଷରେ ବ୍ୟାଙ୍କ କ୍ରେଡିଟ୍ କାର୍ଡରୁ ୧ଲକ୍ଷରୁ ଅଧିକ କ୍ୟାସ୍ ପେମେଣ୍ଟ କରନ୍ତି ବା ମୋଟ୍ ଉପରେ ୧୦ ଲକ୍ଷରୁ ଅଧିକ ଖର୍ଚ୍ଚ କରନ୍ତି ତାହାଲେ ଏହା ଆଇଟି ରାଡାରରେ ଆସିବ । ଏଭଳି ମାମଲାରେ ଇନକମ୍ ଯ୍ୟାକ୍ସ ବିଭାଗ କଡ଼ା ହୋଇପାରେ । କହିବାକୁ ଗଲେ ଆଜିକାଲି କ୍ରେଡିଟ୍ କାର୍ଡ ଖର୍ଚ୍ଚ ଉପରେ ଆଇଟି କଟକଣା କରିଲାଣି । ବ୍ୟକ୍ତିର ସଠିକ୍ ଆୟ ଜାଣିବାକୁ ଆଇଟି ଏପରି କରିଛି ବୋଲି କୁହାଯାଉଛି । ତେଣୁ ନିଜକୁ ସୁରକ୍ଷିତ ରଖିବାକୁ ସବୁବେଳେ ନିଜ ଆୟ ଓ ଖର୍ଚ୍ଚର ସଠିକ୍ ତଥ୍ୟ ଦିଅନ୍ତୁ ଏବଂ ଅଯଥା ନୋଟିସରୁ ବଞ୍ଚନ୍ତୁ ।






