ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଉପଖଣ୍ଡ ଡାକ ଘର କୁ ଆଜି ଅଧୀକ୍ଷଣ ଡାକ ଅଧିକାରୀ ବିଶ୍ୱଜିତ କର ଗସ୍ତ କରି ବିଭାଗୀୟ ନିରୀକ୍ଷଣ କରୁଥିବା ବେଳେ କୃଷକ ଶକ୍ତି ସଙ୍ଗଠନ ପକ୍ଷ ରୁ ଏକ ପ୍ରତିନିଧି ଦଳ ସାକ୍ଷାତ୍ କରି ଆବଶ୍ୟକ ସୁବିଧା ସାଙ୍ଗକୁ ଆନୁଷଙ୍ଗିକ ବ୍ୟବସ୍ଥା, ପାଇଁ ଦାବୀ କରିଛନ୍ତି।
୪ ଦଫା ଦାବୀ ନେଇ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଡାକଘର କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ସହ ନିଜସ୍ୱ ଜମି ଅଧିଗ୍ରହଣ ଏବଂ ଚିହ୍ନଟ କରି ସରକାରୀ କାର୍ଯ୍ୟାଳୟ ନିର୍ମାଣ ପାଇଁ ଦାବୀ କରିଥିଲେ। ଗ୍ରାହକଙ୍କୁ ଆନୁଷଙ୍ଗିକ ବ୍ୟବସ୍ଥା ଏବଂ ସମସ୍ତ ସୁବିଧା କରିବାକୁ ଜଣାଇଥିଲେ। ଖଡ଼ିଆଳ ଡାକ ଘରରେ ପୂର୍ବରୁ ରେଳ ଟିକେଟ ଉପଲବ୍ଧ ହେଉଥିଲା।
ଏହି ରେଳ ଟିକେଟ ପ୍ରଦାନ ସେବା କୁ ପୁନଃ ଆରମ୍ଭ କରିବାକୁ ଦାବୀ କରିଛନ୍ତି। ଅଧିକାରୀ ସମସ୍ତ ଦାବୀ ଶୁଣି ସହାୟତା ସାଙ୍ଗକୁ ଜନସାଧାରଣ ଙ୍କ ସଂଯୋଗ କାମନା କରିଥିଲେ। ସରକାରୀ ଗୃହ ଥିଲେ ତୁରନ୍ତ ପ୍ରଦାନ ପାଇଁ ପ୍ରଶାସନ କୁ ଅନୁରୋଧ କରିଥିବା ବେଳେ ପୁରଣା ସ୍ୱାସ୍ଥ୍ୟ କେନ୍ଦ୍ର ର ସରକାରୀ ଗୃହ କୁ ଡାକ ଘର ସ୍ଥାନରେ କରିବାକୁ ଅନୁରୋଧ କରିଥିଲେ। ଏଥିପ୍ରତି ଜିଲ୍ଲାପାଳ ମଧୁ ସଂଯୋଗ କରିବାକୁ କୃଷକ ଶକ୍ତି ସଙ୍ଗଠନ ମଧ୍ୟ ଦାବି କରିଛନ୍ତି।






