ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଦର୍ଶନ ଶାସ୍ତ୍ର ବିଭାଗ ତରଫରୁ ବିଶ୍ଵ ଦର୍ଶନ ଦିବସ ପଳିତ୍ର। ଏହି ଉତ୍ସବ ରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ ରଣବୀର ସିଂହ ଅଧ୍ୟକ୍ଷତାରେ ପାଳନ ହୋଇଯାଇଛି ।ବିଭାଗୀୟ ମୁଖ୍ୟ ଅଧ୍ୟାପିକା ରାଜେଶ୍ୱରୀ କରୁଁଆ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିଥିଲେ ।
ମୁଖ୍ୟ ଅତିଥି ଭାବରେ ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ସୁନୀଲ କୁମାର ପାଢୀ,ଛାତ୍ର କଲ୍ୟାଣ ଅଧିକାରୀ ଡ଼ ଗୀତାଶ୍ରୀ ପ୍ରିୟମ୍ବଦା, ବିଭାଗୀୟ ଅଧ୍ୟାପକ ପ୍ରଦୀପ କୁମାର ବେହେରା ଦର୍ଶନ ତତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଦର୍ଶନ ଶାସ୍ତ୍ର ବିଭାଗୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦର୍ଶନ ଶିକ୍ଷା ଭିତ୍ତିକ ପ୍ରବନ୍ଧ ଏବଂ ପ୍ରଶ୍ନ ଉତ୍ତର ପ୍ରତିଯୋଗିତା ହୋଇଥିଲା ।
ପ୍ରବନ୍ଧ ରେ ଶୁଭମ ମେହେର,ଖଗେଶ୍ୱରୀ ମାଝି, ନୀଳମଣି ରଣା ,ପ୍ରଶ୍ନ ଉତ୍ତରର ପ୍ରତିଯୋଗିତାରେ ମଞ୍ଜୁ ଶବର,ଅଶ୍ୱତି ନାୟକ, ଶୁଭମ ମେହେର ଯଥାକ୍ରମେ ପ୍ରଥମ,ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ ।ଉକ୍ତ ଅବସରରେ ଅତିଥିମାନଙ୍କ ଦ୍ଵାରା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।ପରିଶେଷରେ ଅଧ୍ୟାପିକା ତନୁଜା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।






