AK ଅଭିଯୁକ୍ତ ଜଣଙ୍କ ହେଲେ ଚନ୍ଦ୍ରଶେଖର । ସେ ଷ୍ଟାଡିୟମ ଭିତରେ ଥିବା ଶ୍ରୀ ଲକ୍ଷ୍ମୀ କ୍ୟାଣ୍ଟିନର କର୍ମଚାରୀ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ମ୍ୟାଚ୍ ଟିକେଟକୁ ଉଚ୍ଚ ଦରରେ ବିକ୍ରି କରିବା ଘଟଣାରେ ସେ ସାମିଲ ରହିଥିଲେ। ଆଇପିଏଲ ଟିକେଟରେ ବ୍ୟାପକ କଳାବଜାରୀ । ଏହି କଳାବଜାରୀରେ ରହିଛି ଖୋଦ କ୍ରୀଡ଼ା ସଂଘ ଓ ଷ୍ଟାଡିୟମରେ ଥିବା କର୍ମଚାରୀଙ୍କ ହାତ । ବେଙ୍ଗାଲୁରୁ ପୁଲିସ୍ ଟିକେଟ କଳାବଜାରୀ ଉପରୁ ପରଦା ହଟାଇ ଚିନ୍ନାସ୍ୱାମୀ ଷ୍ଟାଡିୟମ କ୍ୟାଣ୍ଟିନର ଜଣେ କର୍ମଚାରୀଙ୍କୁ ଗିରଫ କରିଛି। ତାଙ୍କ ପାଖରୁ ପୁଲିସ ପ୍ରାୟ ୧୦୦ଟି ମ୍ୟାଚ୍ ଟିକେଟ ଜବତ କରିଛି । ଏହି ଘଟଣା ଆଇପିଏଲ ମ୍ୟାଚ୍ ବେଳେ ବିଭିନ୍ନ ରାଜ୍ୟର କ୍ରୀଡ଼ା ସଂଘକୁ ବଣ୍ଟା ଯାଉଥିବା ଟିକେଟକୁ ନେଇ ଚିନ୍ତା ପ୍ରକଟ ପାଇଛି ।

ଅଭିଯୁକ୍ତ ଜଣଙ୍କ ହେଲେ ଚନ୍ଦ୍ରଶେଖର। ସେ ଷ୍ଟାଡିୟମ ଭିତରେ ଥିବା ଶ୍ରୀ ଲକ୍ଷ୍ମୀ କ୍ୟାଣ୍ଟିନର କର୍ମଚାରୀ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ମ୍ୟାଚ୍ ଟିକେଟକୁ ଉଚ୍ଚ ଦରରେ ବିକ୍ରି କରିବା ଘଟଣାରେ ସେ ସାମିଲ ରହିଥିଲେ । ଅଧିକାରୀଙ୍କ କହିବା କଥା ଯେ ଚନ୍ଦ୍ରଶେଖର ୧୫ରୁ ୧୯ ହଜାର ଟଙ୍କା ମୂଲ୍ୟରେ ଟିକେଟ ବିକ୍ରି କରୁଥିବା ବେଳେ ରଙ୍ଗେ ହାତ ଧରାପଡ଼ିଛନ୍ତି । ଟିକେଟର ପ୍ରକୃତ ମୂଲ୍ୟ ଠାରୁ ସେ ଅତି ଅଧିକ ଦାମରେ ଏହାକୁ ବିକ୍ରି କରୁଥିଲେ। ଜେରା ବେଳେ ଚନ୍ଦ୍ରଶେଖର ବଡ଼ ତଥ୍ୟ ଦେଇଛନ୍ତି ।
ତାଙ୍କୁ ଆଇପିଏଲ ମ୍ୟାଚ୍ର ଟିକେଟ ଅଧିକ ଦାମରେ ବିକ୍ରି କରିବାକୁ କର୍ଣ୍ଣାଟକା ରାଜ୍ୟ କ୍ରିକେଟ ଆସୋସିଏସନର ସଦସ୍ୟ ଗଣେଶ ପରିକ୍ଷୀତ କହିଥିଲେ ବୋଲି ପୁଲିସ୍କୁ କହିଛନ୍ତି। ଚନ୍ଦ୍ରଶେଖର ଗିରଫ ହେବା ପରେ ପରିକ୍ଷୀତ ଫେରାର ହୋଇ ଯାଇଛନ୍ତି । ତାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି । କେନ୍ଦ୍ରୀୟ କ୍ରାଇମ ବ୍ରାଞ୍ଚ ମଧ୍ୟ କିଛି ଘରୋଇ କମ୍ପାନୀର ନିର୍ଦ୍ଦେଶକଙ୍କ ବିରୋଧରେ ଟିକେଟ କଳାବଜାରୀ ଘଟଣାରେ ଏଫଆଇଆର କରିଛି। ଏବେ ଘଟଣାର ଅଧିକ ତଦନ୍ତ ଚାଲିଛି ଓ କର୍ଣ୍ଣାଟକା କ୍ରିକେଟ ସଂଘର ଭୂମିକା ସନ୍ଦେହ ଘେରକୁ ଆସିଛି ।
ଆଇପିଏଲ ଆରମ୍ଭ ହେବା ପୂର୍ବରୁ କର୍ଣ୍ଣାଟକାରେ ମ୍ୟାଚ୍ ଟିକେଟକୁ ନେଇ ବିବାଦ ଦେଖାଯାଇଥିଲା । ଉଦଘାଟନୀ ମ୍ୟାଚ୍ ଦେଖିବାକୁ ରାଜ୍ୟର ବିଧାୟକମାନେ ଜିଦ କରିଥିଲେ। ସେମାନେ ଲାଇନରେ ଛିଡ଼ା ହୋଇ ଟିକେଟ ଆଣିବା ବଦଳରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କହିଥିଲେ । ଏହାକୁ ନେଇ ବିବାଦ ଦେଖା ଦେବା ପରେ କର୍ଣ୍ଣାଟକା କ୍ରିକେଟ ସଂଘ ପକ୍ଷରୁ ବିଧାୟକମାନଙ୍କ ପାଇଁ ମ୍ୟାଚ୍ ଦେଖିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।






