ବ୍ୟୁରୋ : ଗଣତାନ୍ତ୍ରିକ ଢାଞ୍ଚାରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ପ୍ରଦାନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ସୋମବାର ନୂଆଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି, ମହିଳାମାନଙ୍କ ଅଂଶଗ୍ରହଣ ଦେଶର ଗଣତନ୍ତ୍ରକୁ ସୁଦୃଢ଼ କରିଥାଏ। ଭାରତ ପ୍ରତି ନାରୀ ଶକ୍ତିଙ୍କର ବହୁ ଅବଦାନ ରହିଛି । ଚଳିତ ମାସ ୧୬ ତାରିଖରୁ ସଂସଦରେ ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି। ଏହା ଏକବିଂଶ ଶତାବ୍ଦୀ ସବୁଠାରୁ ବଡ଼ ନିଷ୍ପତ୍ତି । ଏହି ନିଷ୍ପତ୍ତି ମହିଳା ଶକ୍ତିଙ୍କ ପାଇଁ ଉତ୍ସର୍ଗୀକୃତ ।
ବିଜ୍ଞାନ ଭବନରେ ଉପସ୍ଥିତି ଲୋକଙ୍କୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଦେଶର ବିକାଶ ପଥର ଏହି ମହତ୍ତ୍ୱପୂର୍ଣ୍ଣ ପର୍ଯ୍ୟାୟ ମଧ୍ୟରେ ଭାରତ ଏକବିଂଶ ଶତାବ୍ବୀର ସବୁଠାରୁ ବଡ଼ ନିଷ୍ପତ୍ତି ମଧ୍ୟରୁ ଗୋଟିଏ ନେବାକୁ ଯାଉଛି। ମୁଁ ଅତ୍ୟନ୍ତ ଉତ୍ତରଦାୟିତ୍ୱର କହି ରଖୁଛି ଯେ ଏହା ଏକବିଂଶୂ ଶତାବ୍ବୀର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ।ଏହି ନିଷ୍ପତ୍ତି ନାରୀ ଶକ୍ତିକୁ ସମର୍ପିତ। ନାରୀ ଶକ୍ତି ବନ୍ଦନକୁ ସମର୍ପିତ।”

ଏହି ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ମୋଦି ଅତୀତର କଳ୍ପନାକୁ ସାକାର ଓ ସାମାଜିକ ନ୍ୟାୟକୁ ଶାସନ ଏବଂ ନିଷ୍ପତ୍ତି ନିଆଯାଉଥିବା ପ୍ରକ୍ରିୟାର ଅଭିନ୍ନ ଅଙ୍ଗ ବୋଲି କହିଛନ୍ତି। ସେ କହିଛନ୍ତି, “ଏହି ନିଷ୍ପତ୍ତି ମହିଳାଙ୍କ ଶକ୍ତିକୁ ସମର୍ପିତ। ଏହା ମହିଳାଙ୍କ ଶକ୍ତିର ସମ୍ମାନକୁ ସମର୍ପିତ। ଆମ ଦେଶର ସଂସଦ ଗୋଟିଏ ନୂଆ ଇତିହାସର ଅତି ନିକଟରେ ରହିଛି। ଏମିତି ଏକ ନୂଆ ଇତିହାସ ସୃଷ୍ଟି ହେବାକୁ ଯାହା ଅତୀତର ପରିକଳ୍ପନାକୁ ସାକାର କରିବ।
ଏହା ଏମିତି ଏକ ଇତିହାସ ଯାହା ଭବିଷ୍ୟତ ସଂକଳ୍ପକୁ ପୂରଣ କରିବ। ଏହା ଏମିତି ଏକ ଇତିହାସ ଭାରତର ସାମାଜିକ ନ୍ୟାୟ ସଂକଳ୍ପକୁ ସଫଳ କରିବ। ରାଜ୍ୟ ବିଧାନସଭାଗୁଡ଼ିକ ଠାରୁ ଆରମ୍ଭ କରି ଦେଶର ସଂସଦ ଯାଏ ଦଶନ୍ଧି ଦଶନ୍ଧି ରହି ଥିବା ଅପେକ୍ଷାର ଅନ୍ତ କରିବାର ସମୟ ଆସି ଯାଇଛି। ଏହି ଅପେକ୍ଷାର ଅନ୍ତ ୧୬,୧୭ ଓ ୧୮ ଏପ୍ରିଲରେ ହେବ।”
ଆସନ୍ତା ୧୬,୧୭ ଓ ୧୮ ତାରିଖରେ ସଂସଦର ସ୍ୱତନ୍ତ୍ର ଅଧିବେଶସନ ବସିବ। ଏହି ସମୟରେ ନାରୀ ସଂରକ୍ଷଣ ସଂଶୋଧନ ବିଲ ପାରିତ ହେବ। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ଆଜି ଏପରି କହିଛନ୍ତି।






