AK ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଯାତ୍ରା ମଧ୍ୟରେ ଚନ୍ଦନଯାତ୍ରା ସବୁଠାରୁ ଦୀର୍ଘଦିନର ଯାତ୍ରା। ଏହା ପ୍ରତ୍ୟେକ ବର୍ଷ ବୈଶାଖମାସ ଶୁକ୍ଳ ତୃତୀୟାଠାରୁ ଆରମ୍ଭ ହୁଏ । ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଦୀର୍ଘ ୪୨ ଦିନ ଧରି ଚନ୍ଦନଯାତ୍ରା ଶ୍ରୀକ୍ଷେତ୍ରରେ ପାଳନ ହୋଇଥାଏ । ଚନ୍ଦନକୁ ଆଧାର କରି ଶ୍ରୀମନ୍ଦିରରେ ବହୁ ଶବ୍ଦ ପ୍ରଚଳିତ । ଯେମିତିକି ଚନ୍ଦନ ବିଜେ, ଚନ୍ଦନବୁଡ଼ା,ଚନ୍ଦନ ବେଢ଼ା,ଚନ୍ଦନ ମଇଲମ ଓ ଚନ୍ଦନ ଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଯାତ୍ରା ମଧ୍ୟରେ ଚନ୍ଦନଯାତ୍ରା ସବୁଠାରୁ ଦୀର୍ଘଦିନର ଯାତ୍ରା। ଏହା ପ୍ରତ୍ୟେକ ବର୍ଷ ବୈଶାଖମାସ ଶୁକ୍ଳ ତୃତୀୟାଠାରୁ ଆରମ୍ଭ ହୁଏ । ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଦୀର୍ଘ ୪୨ ଦିନ ଧରି ଚନ୍ଦନଯାତ୍ରା ଶ୍ରୀକ୍ଷେତ୍ରରେ ପାଳନ ହୋଇଥାଏ । ଏହି ଯାତ୍ରା ଗ୍ରୀଷ୍ମରେ ଅନୁଷ୍ଠିତ ହେଉଥିବାରୁ ଶରୀର ତତ୍ତ୍ବ ସହ ଏହାର ଏକ ବିଶେଷ ସମ୍ବନ୍ଧ ରହିଛି । ସାଧାରଣତଃ ୪୦ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ମାନବ ଶରୀର କଷ୍ଟରେ ସହିପାରେ ।

ସେହିଭଳି ଶ୍ରୀଜଗନ୍ନାଥଙ୍କ ଶରୀର ଗ୍ରୀଷ୍ମତାପରେ ଅସ୍ଥିର ହୁଏ ଫଳରେ ସେ ତାପମାତ୍ରାକୁ ହ୍ରାସ କରିବା ପାଇଁ ଶରୀରରେ ଚନ୍ଦନ ବୋଳି ହୁଅନ୍ତି ଓ ଜଳକ୍ଷେତ୍ରରେ ବିଚରଣ କରନ୍ତି । ଜଳକ୍ଷେତ୍ରରେ ସନ୍ତରଣ ଦ୍ବାରା ଶୀତଳତାର ଅନୁଭବ ହୁଏ ଏବଂ ଶରୀରର ତାପମାତ୍ରା ହ୍ରାସ ପାଏ । ଏହା ହିଁ ମହାପ୍ରଭୁଙ୍କ ସହ ଚତୁର୍ଦ୍ଧାମୂର୍ତ୍ତିଙ୍କର ନରେନ୍ଦ୍ର ପୁଷ୍କରିଣୀରେ ଚାପଯାତ୍ରା ବା ଚନ୍ଦନ ଯାତ୍ରା ତଥା ଜଳକ୍ରୀଡ଼ାର ସରଳ ତତ୍ତ୍ବ । ଯଥା ଦେବେ ତଥା ଦେହେ । ମଣିଷ ଦେହରେ ଯେଭଳି ଭାବରେ ବିଭିନ୍ନ ଅବସ୍ଥା ସୃଷ୍ଟି ହୁଏ ବଡ଼ଠାକୁରଙ୍କ ଦେହରେ ମଧ୍ୟ ସେହିଭଳି ପ୍ରତିକ୍ରିୟା ଦେଖାଯାଏ । ପାର୍ଥକ୍ୟ ଏତିକି , ଭକ୍ତ ଦେହରେ ତାହା କ୍ରିୟା ମାତ୍ର ଦେବ କଳେବରରେ ତାହା ଲୀଳା ।






