ଜାଲରେ ପଡ଼ିଲା ବିରାଟକାୟ ମାଛ । ପଶ୍ଚିମବଙ୍ଗ ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିଲା ବିରାଟକାୟ ଶଙ୍ଖଚିଲ ମାଛ । ଯାହାକୁ କିଣିବା ପାଇଁ ବଡ଼ ବଡ଼ ବ୍ୟବସାୟୀଙ୍କ ଭିତରେ ଭିଡ଼ । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘାରେ ମତ୍ସ୍ୟଜୀବୀ ମାନେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ସେମାନଙ୍କ ଜାଲରେ ପଡ଼ିଥିଲା ଏହି ବିରଳ ଚିଲ ଶଙ୍କର ମାଛ ।
ପରେ ଏହି ବିରଳ ମାଛଟିକୁ ଦୀଘା ମୁହାଣ ନିଲାମ କେନ୍ଦ୍ରକୁ ନିଆଯାଇଥିଲା । ମାଛ କିଣିବାକୁ କୋଲକାତାର କିଛି ବଡ଼ ବ୍ୟବସାୟୀ ପହଞ୍ଚିଛନ୍ତି । ଏହି ବିରଳ ଚିଲ ଶଙ୍କର ମାଛରୁ ଦାମୀ ଔଷଧ ତିଆରି ହୁଏ । ଏଥିପାଇଁ ଏହାକୁ ବିଦେଶକୁ ରପ୍ତାନି କରାଯାଏ। ବଜାରରେ ଏହି ମାଛର ଚାହିଦା ଅଧିକ ଥାଏ ବୋଲି ମତ୍ସ୍ୟଜୀବୀ ମାନେ କହିଛନ୍ତି ।






