ନିଆଳୀ ବିଧାନସଭା ନିର୍ବାଚନୀ ମଣ୍ଡଳୀର ଗବବସ୍ତ ମଣ୍ଡଳ ବିଜେପି ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ଘର ଘର ତ୍ରିରଙ୍ଗା ପତାକା ଶୋଭାଯାତ୍ରାର ବାଇକ୍ ରାଲିକୁ ନିଆଳୀ ବିଧାୟକ ଛବି ମଲ୍ଲିକ ପତାକା ଦେଖାଇ ଉଦଘାଟନ କରିଥିଲେ । ବ୍ରାହ୍ମଣ ଝରିଲୋ କିଆପୋଖରୀ ଠାରୁ ଆରମ୍ଭ ହୋଇଥିବା ଘର ଘର ତ୍ରିରଙ୍ଗା ପତାକା ରାଲିରେ ଗବବସ୍ତ ମଣ୍ଡଳର ଆଠଗୋଟି ପଞ୍ଚାୟତର ପାଞ୍ଚଶହ ରୁ ଉର୍ଦ୍ଧ୍ୱ ବାଇକ୍ ଏକ ବିରାଟ ଶୋଭାଯାତ୍ରାରେ ଵାହରି ବ୍ରାହ୍ମଣ ଝରିଲୋ,କୁରାଙ୍ଗ ପ୍ରଧାନ, ନଡିଆଗୁରୁଡି , କୁରାଙ୍ଗଶାସନ , ବାଇଁଲୋ ହାଟ , ଗବବସ୍ତ , ସନ୍ତୋଳ,ନଗରୀ ହୋଇ ମହିଧରପଡା ମେଡିକାଲ ଛକରେ ଶେଷ ହୋଇଥିଲା ।

ଭାରତକୁ ସ୍ୱାଧୀନତା ଦେଇଥିବା ମହାପୁରୁଷଙ୍କୁ ମନେ ପକାଇବା ପାଇଁ ଭାରତର ଜସ୍ଵସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ କ୍ରମେ ଅଗଷ୍ଟ ମାସ ୨ ତାରିଖ ଠାରୁ ଅଗଷ୍ଟ ମାସ ୧୫ ତାରିଖ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ପତାକା ଶୋଭାଯାତ୍ରା କରା ଯାଉଅଛି ।
ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଅପରାହ୍ନରେ ଗବବସ୍ତ ମଣ୍ଡଳ ବିଜେପି ପକ୍ଷରୁ ତ୍ରିରଙ୍ଗା ପତାକା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।
ଏହି ଶୋଭାଯାତ୍ରାରେ ନିଆଳି ବିଧାୟକ ଛବି ମଲ୍ଲିକ, ବିଜେପି ଗବବସ୍ତ ମଣ୍ଡଳ ସଭାପତି ଅଶ୍ୱିନୀ କାଣ୍ଡି, ସଂଯୋଜକ ଧିରେନ୍ଦ୍ର ବାରିକ , ଉପ ସଭାପତି ଆଲୋକ ଗଜେନ୍ଦ୍ର, ନଗରୀ ପଞ୍ଚାୟତ ସଭାପତି ପ୍ରଶାନ୍ତ କୁମାର ଦାଶ , ପ୍ରଦୀପ୍ତ କୁମାର ସୁନ୍ଦରାୟ, ସାଂସଦ ପ୍ରତିନିଧିତ୍ଵ ଦିଲିପ୍ କୁମାର ପାତ୍ର , ସରକାରୀ ଓକିଲ କବି ନାରାୟଣ ଜେନା, ଜୟନ୍ତ କୁମାର ଜେନା, ଅଭିମନ୍ୟୁ ପାତ୍ର,, ରାଜ କୁମାର ସ୍ୱାଇଁ, ଗୈାରାଙ୍ଗ ଚରଣ ନାଥ , ତୁଷାର କୁମାର ଜେନା, ଉପେନ୍ଦ୍ର ସାହୁ,ପ୍ରଦୀପ କୁମାର ସ୍ଵାଇଁ, ବିଜୟ ରାୟ, ନିରୋଦ ଜେନା, ଜିତେନ୍ଦ୍ର ସାହୁ, ସୁଜିତ ଜେନା,ବିଜୟ ପ୍ରଧାନ ଙ୍କ ସମେତ ଆଠଗୋଟି ପଞ୍ଚାୟତର ବହୁ ବିଜେପି କର୍ମୀ ଯୋଗଦେଇ ତ୍ରିରଙ୍ଗା ପତାକା ରାଲି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।






