ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଛାମୁଣ୍ଡା ଗାଁ ନିକଟ ଲକ୍ଷ୍ମଣପଲ୍ଲୀରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ନଅ ବର୍ଷର ନାବାଳିକାଙ୍କୁ ତାଙ୍କ ମାଇଁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଛାମୁଣ୍ଡା ଗାଁ ନିକଟ ଲକ୍ଷ୍ମଣପଲ୍ଲୀରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ନଅ ବର୍ଷର ନାବାଳିକାଙ୍କୁ ତାଙ୍କ ମାଇଁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ମୃତ ନାବାଳିକାଙ୍କ ନାଁ ଅର୍ଚ୍ଚନ ମହାରଣା। ତାଙ୍କୁ ୯ ବର୍ଷ ହୋଇଥିଲା। ତାଙ୍କ ଘର ବୁଗୁଡ଼ା ବ୍ଲକ କାନକୁଟୁରୁ ଗାଁରେ। ତାଙ୍କ ବାପାଙ୍କ ନାଁ ମଙ୍ଗୁଳୁ ମହାରଣା। ଅର୍ଚ୍ଚନା ତାଙ୍କ ବାପାମା’ଙ୍କ ସହିତ ଭୁବନେଶ୍ୱରରେ ରହୁଥିଲେ। ଦଣ୍ଡ ନାଚ ଦେଖିବାକୁ ମାମୁଁ ଘରକୁ ଯାଇଥିଲା। କିନ୍ତୁ ଗତକାଲି ଦିନ ୧୧ଟା ବେଳୁ ସେ ନିଖୋଜ ହୋଇଯାଇଥିଲେ।
ପରିବାର ଲୋକେ ଖୋଜା ଖୋଜି କରିବା ପରେ ନପାଇବାରୁ ଝିଅ ନିଖୋଜ ଥିବା ନେଇ ଥାନାରେ ଏତଲା ଦେଇଥିଲେ। ଗତକାଲି ରାତିରେ ଅର୍ଚ୍ଚନାଙ୍କ ମୃତଦେହ ପଡ଼ୋଶୀ ଘର ପାଇଖାନା ନିକଟରୁ ମିଳିଥିଲା। ଜରିପାଲ ଘୋଡ଼ା ଯାଇଥିବା ଅବସ୍ଥାରେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା।
ସଂପର୍କୀୟଙ୍କ କହିବା ଅନୁଯାୟୀ, କେହି ଖୋଜିକି ପାଇଲେନି। ପୁଲିସ୍ ବି ପାଇଲାନି। କିନ୍ତୁ ଅଭିଯୁକ୍ତ ସିଧା ଯାଇ ପଡ଼ୋଶୀ ଘର ପାଇଖାନା ପାଖରୁ ମୃତଦେହକୁ ନେଇ ଆସିଥିଲା।
ପୁଲିସ୍ ଘଟଣାର ତଦନ୍ତ କରୁଛି।






