AK ଏହି ଗୁଳି ବର୍ଷାରେ ଜଣେ ଜବାନ ଗୁଳିବିଦ୍ଧ ହୋଇ ଆହତ ହୋଇଥିବା ସୂଚନା ମିଳିଛି। ଆହତ ଜବାନଙ୍କୁ ତୁରନ୍ତ ଏୟାରଲିଫ୍ଟ କରି ରାଞ୍ଚିକୁ ନେବା ପାଇଁ ପ୍ରସ୍ତୁତି ଚାଲିଛି। ଏହି ଅଭିଯାନରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର କୋବ୍ରା ବ୍ୟାଟାଲିଅନ୍, ଝାଡ଼ଖଣ୍ଡ ଜାଗୁଆର ଓ ଝାଡ଼ଖଣ୍ଡ ଜିଲ୍ଲା ପୋଲିସର ସଂଯୁକ୍ତ ଦଳ ସକ୍ରିୟ ଭାବେ ଯୋଗ ଦେଇଛନ୍ତି। ଅଞ୍ଚଳରେ ସୁରକ୍ଷା ବଳ ପକ୍ଷରୁ ଲଗାତାର ତଲାଶି ଅଭିଯାନ ଜାରି ରହିଛି।

ସାରଣ୍ଡା ଜଙ୍ଗଲରେ ଯବାନ ଓ ମାଓବାଦୀ ମୁହାଁମୁହିଁ। ଜଣେ ଯବାନ ଆହତ ହୋଇଥିବା ମିଳିଥିବା ସୁଚନା । ଓଡ଼ିଶା – ଝାଡ଼ଖଣ୍ଡ ସୀମାବର୍ତ୍ତୀ ସାରଣ୍ଡା ଜଙ୍ଗଲରେ ସୁରକ୍ଷା ବଳ ଓ ମାଓବାଦୀଙ୍କ ମଧ୍ୟରେ ଭୟାବହ ଗୁଳି ବିନିମୟ ଚାଲିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ମାଓ ନେତା ମିଶିର ବେସରାଙ୍କ ଦଳ ସହ ସୁରକ୍ଷା ବଳର ମୁକାବିଲା ଚାଲିଛି।
ଏହି ଗୁଳି ବର୍ଷାରେ ଜଣେ ଜବାନ ଗୁଳିବିଦ୍ଧ ହୋଇ ଆହତ ହୋଇଥିବା ସୂଚନା ମିଳିଛି। ଆହତ ଜବାନଙ୍କୁ ତୁରନ୍ତ ଏୟାରଲିଫ୍ଟ କରି ରାଞ୍ଚିକୁ ନେବା ପାଇଁ ପ୍ରସ୍ତୁତି ଚାଲିଛି । ଏହି ଅଭିଯାନରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର କୋବ୍ରା ବ୍ୟାଟାଲିଅନ୍, ଝାଡ଼ଖଣ୍ଡ ଜାଗୁଆର ଓ ଝାଡ଼ଖଣ୍ଡ ଜିଲ୍ଲା ପୋଲିସର ସଂଯୁକ୍ତ ଦଳ ସକ୍ରିୟ ଭାବେ ଯୋଗ ଦେଇଛନ୍ତି। ଅଞ୍ଚଳରେ ସୁରକ୍ଷା ବଳ ପକ୍ଷରୁ ଲଗାତାର ତଲାଶି ଅଭିଯାନ ଜାରି ରହିଛି। ସୂଚନା ମିଳିଛି ଯେ, ସୁରକ୍ଷା ବଳ ସର୍ଚ୍ଚ ଅପରେସନ୍ରେ ଲାଗିଥିବା ସମୟରେ ମାଓବାଦୀମାନେ ହଠାତ ପୁଲିସ ଉପରେ ଗୁଳି ବର୍ଷା ଆରମ୍ଭ କରିଥିଲେ। ଏହାର ପ୍ରତି ଉତ୍ତରରେ ଜବାନମାନେ ମଧ୍ୟ ସାହସିକ ଭାବେ ଗୁଳି ଚଳାଇ ଥିଲେ, ଯାହାରେ ଦୁଇ ପକ୍ଷରୁ ଗୁଳି ବର୍ଷା ହୋଇଥିବା ଖବର ମିଳିଛି। ଉଲ୍ଲେଖନୀୟ ଯେ, ମାଓବାଦୀ ନେତା ପ୍ରଶାନ୍ତ ବୋସଙ୍କ ଶେଷ ଚିଠି ଭାଇରାଲ୍ ହୋଇଥିଲା, ଯେଉଁଥିରେ ସେ ମିଶିର ବେସରାଙ୍କୁ ସମ୍ବୋଧନ କରି ଲେଖିଥିଲେ ଯେ ବର୍ତ୍ତମାନ ପରିସ୍ଥିତିରେ ସଶସ୍ତ୍ର ସଂଘର୍ଷ ଜାରି ରଖିବା ସମ୍ଭବ ନୁହେଁ। ସେ ସଂଗଠନ ସଂପୃକ୍ତ ସଦସ୍ୟମାନଙ୍କୁ ମୂଖ୍ୟଧାରାକୁ ଫେରିବା ପାଇଁ ଆହ୍ୱାନ ଜଣାଇ ଥିଲେ। ଏହି ଘଟଣା ପରେ ସାରଣ୍ଡା ଅଞ୍ଚଳରେ ମାଓ ସଙ୍ଗଠନରେ ପରିସ୍ଥିତି ବଦଳି ଯାଉଅଛି।ଯାହା ଅନୁଯାୟୀ ଛତିଶଗଡ,ଓଡ଼ିଶା,ବିହାର ରାଜ୍ୟ ଗୁଡିକୁ ତାଙ୍କର ରାଜ୍ୟ ସରକାର ଦ୍ୱାରା ମାଓ ମୁକ୍ତ ଘୋଷଣା କରା ଯାଇଅଛି। ମାତ୍ର ସରଣ୍ଡା ଜଙ୍ଗଲ ଏବେ ଯାଏ ମାଓ ଅଧୀନରେ ରହିଛି। ସିପିଆଇ ମାଓ କମିଟିର ମାଓ ନେତା ମିଶିର ବେସରା ସରଣ୍ଡା ଜଙ୍ଗଲରେ ନିଜର କିଛି ସହଯୋଗୀଙ୍କ ସହିତ ମିଶି ଜଙ୍ଗଲରେ ସକ୍ରିୟ ରହିଛି।






