AK ସମ୍ବିଧାନ ସଂଶୋଧନ ବିଲ୍ ପାରିତ ହେଲେ ଓଡ଼ିଶାର ରାଜନୈତିକ ଏବଂ ଅର୍ଥନୈତିକ ସ୍ୱାର୍ଥ କ୍ଷୁଣ୍ଣ ହେବ ବୋଲି ଯେଉଁ ଦାବି କରାଯାଉଛି, ତାହା ସମ୍ପୂର୍ଣ୍ଣ ଭାବେ ଭ୍ରମାତ୍ମକ। ଭାରତର ସମ୍ବିଧାନ ଏବଂ ଦେଶର ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ଉପରେ ବିଶ୍ୱାସ ରଖିବା ଉଚିତ୍ ବୋଲି ଲେଖିଛନ୍ତି। ଦେଶର କୌଣସି ରାଜ୍ୟର ଅଧିକାରକୁ କ୍ଷୁଣ୍ଣ କରାଯିବ ନାହିଁ ବୋଲି ଗୃହମନ୍ତ୍ରୀ ସଂସଦରେ ସ୍ପଷ୍ଟ ଭାବେ କହିଛନ୍ତି ।

ସାଂସଦଙ୍କୁ ନବୀନ ଙ୍କ ଚିଠି ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ୍। ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ଲେଖିଛନ୍ତି , ଅଭିଜ୍ଞ ରାଜନେତାଙ୍କ ଏଭଳି ପ୍ରତିକ୍ରିୟା ଅଶୋଭନୀୟ। ଓଡ଼ିଶାର ସ୍ବାର୍ଥ କ୍ଷୁର୍ଣ୍ଣ ନୁହେଁ, ଆଗକୁ ବଢ଼ିବ କହିଲେ କେନ୍ଦ୍ରମନ୍ତ୍ରୀ। ସମ୍ବିଧାନ ସଂଶୋଧନ ବିଲ୍ ପାରିତ ହେଲେ ଓଡ଼ିଶାର ରାଜନୈତିକ ଏବଂ ଅର୍ଥନୈତିକ ସ୍ୱାର୍ଥ କ୍ଷୁଣ୍ଣ ହେବ ବୋଲି ଯେଉଁ ଦାବି କରାଯାଉଛି, ତାହା ସମ୍ପୂର୍ଣ୍ଣ ଭାବେ ଭ୍ରମାତ୍ମକ। ଭାରତର ସମ୍ବିଧାନ ଏବଂ ଦେଶର ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ଉପରେ ବିଶ୍ୱାସ ରଖିବା ଉଚିତ୍ ବୋଲି ଲେଖିଛନ୍ତି। ଦେଶର କୌଣସି ରାଜ୍ୟର ଅଧିକାରକୁ କ୍ଷୁଣ୍ଣ କରାଯିବ ନାହିଁ ବୋଲି ଗୃହମନ୍ତ୍ରୀ ସଂସଦରେ ସ୍ପଷ୍ଟ ଭାବେ କହିଛନ୍ତି ଏବଂ ଓଡ଼ିଶାର ହକ୍ ଏଥିରୁ ବାଦ୍ ପଡ଼ିବ ନାହିଁ। ନୂତନ ସୀମା ନିର୍ଦ୍ଧାରଣ ବା ‘ଡି-ଲିମିଟେସନ୍’ ପ୍ରକ୍ରିୟା ପରେ ଲୋକସଭାରେ ଓଡ଼ିଶାର ପ୍ରତିନିଧିତ୍ୱ ୩.୯% ରୁ ହ୍ରାସ ପାଇ ୩.୪% ହୋଇଯିବ ବୋଲି ଆପଣ ଚିଠିରେ ଯେଉଁ ତଥ୍ୟ ରଖିଛନ୍ତି, ସେଥିରେ କୌଣସି ସତ୍ୟତା ନଥିବା ଲେଖିଛନ୍ତି ଧର୍ମେନ୍ଦ୍ର। ଓଡ଼ିଶାର ପ୍ରତିନିଧିତ୍ୱ ବଢିବା ନିଶ୍ଚିତ, କମିଯିବାର କୌଣସି ପ୍ରଶ୍ନ ଉଠୁନାହିଁ। ଏଭଳି ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଦେଇ ରାଜ୍ୟର ଜନସାଧାରଣଙ୍କୁ ଉସୁକାଇବା ଉଚିତ୍ ହେଉନାହିଁ। ସମୟ ଆସିଲେ ସବୁକିଛି ସ୍ପଷ୍ଟ ହୋଇଯିବ, କେବଳ ଧୈର୍ୟ୍ୟ ସହ ଅପେକ୍ଷା କରିବା ଆବଶ୍ୟକ ବୋଲି ଲେଖିଛନ୍ତି ଧର୍ମେନ୍ଦ୍ର।






