AK ନିଜ ପସନ୍ଦର ଲୋକଙ୍କୁ ସୁହାଇଲା ଭଳି ସର୍ତ୍ତାବଳୀ ରଖିଛନ୍ତି ମେୟର । ପାର୍କିଂ ବ୍ୟବସ୍ଥା ନ କରି ଫୁଡ୍ କୋର୍ଟ କିଭଳି କଲେ ବୋଲି ପ୍ରଶ୍ନ ଉଠାଇଲେ ବିଧାୟିକା । ମହିଳା ଉଦ୍ୟୋଗୀଙ୍କ ପାଇଁ କାହିଁକି ଫୁଡ୍ କୋର୍ଟରେ କୌଣସି ସଂରକ୍ଷଣ ରଖାଗଲା ନାହିଁ ବୋଲି ପ୍ରଶ୍ନ କଲେ ସୋଫିଆ । ବାରବାଟି ଫୁଡ୍ କୋର୍ଟକୁ ନେଇ ବର୍ଷିଲେ ସୋଫିଆ । ମେୟର ସୁବାସ ସିଂହଙ୍କ ଉପରେ ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ବାରବାଟି କଟକ ବିଧାୟିକା । ବାରବାଟି ଫୁଡ୍ କୋର୍ଟ ଆବଣ୍ଟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଲେ ବିଧାୟିକା । ମେୟର ଲୁଟ କରିବାରେ ବ୍ୟସ୍ତ ବୋଲି କହିଲେ ସୋଫିଆ । ଉଦ୍ଦେଶ୍ୟମୂଳକ ଭାବରେ ଇଂରାଜୀ ଭାଷାରେ ବ୍ରୋଚର୍, ଏସଓପି ଆଦି ଛାପି ସାଧାରଣ କ୍ଷୁଦ୍ର ବ୍ୟବସାୟୀଙ୍କୁ ଭୁଆଁ ବୁଲାଇବା ପାଇଁ ମେୟର ଚକ୍ରାନ୍ତ କରୁଛନ୍ତି ବୋଲି କହିଲେ ସୋଫିଆ ।

ନିଜ ପସନ୍ଦର ଲୋକଙ୍କୁ ସୁହାଇଲା ଭଳି ସର୍ତ୍ତାବଳୀ ରଖିଛନ୍ତି ମେୟର । ପାର୍କିଂ ବ୍ୟବସ୍ଥା ନ କରି ଫୁଡ୍ କୋର୍ଟ କିଭଳି କଲେ ବୋଲି ପ୍ରଶ୍ନ ଉଠାଇଲେ ବିଧାୟିକା । ମହିଳା ଉଦ୍ୟୋଗୀଙ୍କ ପାଇଁ କାହିଁକି ଫୁଡ୍ କୋର୍ଟରେ କୌଣସି ସଂରକ୍ଷଣ ରଖାଗଲା ନାହିଁ ବୋଲି ପ୍ରଶ୍ନ କଲେ ସୋଫିଆ । କୌଣସି ପ୍ରକାର ଦୁର୍ନୀତିରେ ମେୟରଙ୍କ ସହ ସାମିଲ ନ ହେବା ପାଇଁ ସିଏମ୍ସି କମିଶନରଙ୍କୁ ମଧ୍ୟ ତାଗିଦ୍ କଲେ ସୋଫିଆ । ଛତ୍ର ବଜାର ଅର୍ବାନ ହାଟକୁ ନେଇ ମଧ୍ୟ ଅଭିଯୋଗ ଆଣିଲେ ବିଧାୟିକା । ଖାଲି ସେତିକି ନୁହେଁ ବାରବାଟି ଫୁଡ୍ କୋର୍ଟ ବଣ୍ଟନ ଲାଗି ଯେଉଁ sop କରାଯାଇଛି, ତାକୁ ସମସ୍ତଙ୍କ ସମ୍ମୁଖରେ ଚିରି ଦେଇଛନ୍ତି । ସେପଟେ ନିଲମ୍ବିତ ବିଧାୟିକା ସେଫିଆଙ୍କ ଏଭଳି ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଚନ୍ତି cmc ମେୟର ସୁବାସ ସିଂ । କହିଲେ ସେ ବିଧାୟିକା ଦିନ ଗଣୁଛନ୍ତି କେଇଦିନ ଦଳରୁ ବିଦା ହେବେ । ଦଳ ଯେଉଁ ଭଳି ତାକୁ ଟାର୍ଗେଟ କରାଗଲାନି ସେଥିପାଇଁ ସେ ଅତି ବିଳିବିଲେଇ ହେଉଛନ୍ତି । ଏତେ ବିବ୍ରତ କାହିଁକି, ଖାଲି ସୋଫିଆ କାହିଁକି ବାପା ଝିଅ ଦୁର୍ନୀତିର କଳା ପାହାଡ଼ରେ ବସିଛନ୍ତି । ସେ ହେଉଛନ୍ତି ଟିଭି ମାଡମ । ଯଦି ଦୁର୍ନୀତି ହୋଇଛି sop ନ ଫାଡ଼ି ଆଇନର ଆଶ୍ରୟ ନିଅନ୍ତୁ । ସୋଫିଆ ଅର୍ବାନ standing କମିଟି ସଦସ୍ୟ, ସେ ଅର୍ବାନ ସଚିବଙ୍କୁ ଜଣାଉ ନାହାନ୍ତି । ହାଇକୋର୍ଟର ଆଶ୍ରୟ ନେଇ ନାହାନ୍ତି କହି ପାଲଟା ଆକ୍ରମଣ କରିଛନ୍ତି ମେୟର ।






