AK ପଣ୍ଡିତ ଦିନାନାଥ ମରାଠୀ ଏବଂ କୋଙ୍କଣୀ ଭାଷାରେ ଗୀତ ଗାଇବାରେ ପାରଙ୍ଗମ ଥିଲେ ଏବଂ ପତ୍ନୀ ଗୁଜରାତି ପରିବାରରୁ ଆସିଥିଲେ । ଦମ୍ପତିଙ୍କର ଔରଷରୁ ଜନ୍ମ ହୋଇଥିବା ଏହି ଶିଶୁକନ୍ୟା ନାଁ ରହିଲା ଆଶା । ବଡ଼ ଝିଅ ଥିଲେ ଲତା ଯେ ସାନ ଭଉଣୀକୁ ଭଉଣୀ ନୁହେଁ ବରଂ ମା’ ଭଳି ଭଲ ପାଉଥିଲେ । ୯ ବର୍ଷର ଥିଲେ ଆଶା ଯେତେବେଳେ ମୁଣ୍ଡ ଉପରୁ ବାପାଙ୍କ ହାତ ଉଠିଯାଇଥିଲା । ୧୯୩୩ ମସିହା କଥା, ମହାରାଷ୍ଟ୍ରର ସାଙ୍ଗଲିରେ ପଣ୍ଡିତ ଦିନାନାଥ ମଙ୍ଗେସକରଙ୍କ ପରିବାରରେ ସେତେବେଳେ ଖୁସିର ଲହରୀ ଖେଳିଗଲା ଯେତେବେଳେ ପତ୍ନୀ ଶେବାନ୍ତିଙ୍କ ଗର୍ଭରୁ ଦ୍ବିତୀୟ ଶିଶୁକନ୍ୟା ଜନ୍ମ ହେଲା । ପଣ୍ଡିତ ଦିନାନାଥ ମରାଠୀ ଏବଂ କୋଙ୍କଣୀ ଭାଷାରେ ଗୀତ ଗାଇବାରେ ପାରଙ୍ଗମ ଥିଲେ ଏବଂ ପତ୍ନୀ ଗୁଜରାତି ପରିବାରରୁ ଆସିଥିଲେ । ଦମ୍ପତିଙ୍କର ଔରଷରୁ ଜନ୍ମ ହୋଇଥିବା ଏହି ଶିଶୁକନ୍ୟା ନାଁ ରହିଲା ଆଶା । ବଡ଼ ଝିଅ ଥିଲେ ଲତା ଯେ ସାନ ଭଉଣୀକୁ ଭଉଣୀ ନୁହେଁ ବରଂ ମା’ ଭଳି ଭଲ ପାଉଥିଲେ । ୯ ବର୍ଷର ଥିଲେ ଆଶା ଯେତେବେଳେ ମୁଣ୍ଡ ଉପରୁ ବାପାଙ୍କ ହାତ ଉଠିଯାଇଥିଲା । ଭଉଣୀ ଲତା ଏବଂ ମା’ଙ୍କ ସହ ସାଙ୍ଗଲିରୁ ପୁଣେ ତା’ପରେ କୋଲ୍ହାପୁର ଏବଂ ମୁମ୍ବାଇ ଆସିଥିଲେ ଆଶା । ଯେହେତୁ ଆଶାଙ୍କ ପରିବାର କୌଣସି ସ୍ବରର ପାଠାଗାରଠୁ କିଛି କମ୍ ନଥିଲା ଏହି ରକ୍ତ କୁନି ଆଶାଙ୍କ ଦେହରେ ମଧ୍ୟ ପ୍ରବାହିତ ହେଉଥିଲା । ଏହି ସମୟରେ ବଡ଼ ଭଉଣୀ ଲତା ସଂଗୀତର ଅଭ୍ୟାସ କଲେ ଏବଂ ଭଉଣୀଙ୍କ ମାର୍ଗରେ ଚାଲିଲେ ଆଶା । ମାତ୍ର ୧୦ ବର୍ଷ ବୟସରେ ହିଁ ଏକ ମରାଠି ସିନେମାରେ ସେ ପ୍ରଥମଥର ପାଇଁ ଗୀତ ଗାଇଥିଲେ ।

ଆଶାଙ୍କ ଭାଇଭଉଣୀଙ୍କ କଥା କହିଲେ ବଡ଼ ଭଉଣୀ ଲତା ମଙ୍ଗେସକର ନିଜ କୋକିଳ କଣ୍ଠର ଯାଦୁରେ ସ୍ବର ସମ୍ରାଜ୍ଞୀର ପରିଚୟ ପାଇଥିଲେ । ତାଙ୍କର ସାନ ଭଉଣୀ ଉଷା ମଧ୍ୟ ଜଣେ ସୁନାମଧନ୍ୟ ଗାୟିକା । ଭାଇ ହୃଦୟନାଥ ଜଣେ ସଂଗୀତ ନିର୍ଦ୍ଦେଶକ ଏବଂ ଆଉ ଜଣେ ଭଉଣୀ ମୀନା ଖାଡିଲକର ସଂଗୀତ ଜଗତରୁ ହିଁ ନୁହଁନ୍ତି । କମ୍ ବୟସରୁ ଗୀତ ଗାଉଥିଲେ ହେଁ ଆଶା , ଲତାଙ୍କ ପରି ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ । ୧୬ ବର୍ଷ ବୟସରେ ୩୧ ବର୍ଷ ବୟସ୍କ ଗଣପତରାଓଙ୍କ ପ୍ରେମରେ ପଡ଼ିଥିଲେ ଆଶା । ଯାହାକୁ ନାପସନ୍ଦ କରିଥିଲେ ପରିବାର ଏବଂ ବଡ଼ ଭଉଣୀ ଲତା । ଗଣପତରାଓଙ୍କ ସହ ବିବାହର କିଛି ବର୍ଷ ପରେ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା ତା’ପରେ ୧୯୬୦ ରେ ଛାଡ଼ପତ୍ର । ଆଉ ୧୯୮୦ ରେ ପ୍ରସିଦ୍ଧ ସଂଗୀତକାର ଆରଡି ବର୍ମନଙ୍କ ସହ ବିବାହ । ଆରଡି ବର୍ମନ ଏବଂ ଆଶା ନା’ କେବଳ ବୈବାହିକ ଜୀବନରେ ଖୁସିରେ ରହିଲେ ବରଂ ତାଙ୍କ ସଙ୍ଗୀତ କ୍ୟାରିୟର୍ ମଧ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଲା ।
‘କ୍ବିନ୍ ଅଫ୍ ଭର୍ସଟାଲିଟି’ର ଟାଇଟେଲ୍ ହାସଲ କଲେ ଆଶା । ୧୯୯୪ ରେ ଆରଡି ବର୍ମନ ଦୁନିଆକୁ ଅଲବିଦା କହିଲେ । ଏହାର ଅନେକ ବର୍ଷ ପରେ ୯୨ ବର୍ଷ ବୟସରେ ସ୍ବର ସମ୍ରାଜ୍ଞୀ ଲତା ମଙ୍ଗେସକର ଫେବ୍ରୁଆରି ୬ ତାରିଖ ୨୦୨୨ ରେ ଶେଷ ନିଶ୍ବାସ ତ୍ୟାଗ କଲେ । ଆଉ ସଂଯୋଗ କୁହନ୍ତୁ କି କ’ଣ ୨୦୨୬ ଏପ୍ରିଲ ୧୨ ତାରିଖରେ ୯୨ ବର୍ଷରେ ହିଁ ଚିରଦିନ ପାଇଁ ଆଖି ବୁଜିଲେ ଆଶା ଭୋଁସଲେ । ୨ ଭଉଣୀଙ୍କ ଭିତରେ କେତେ ସାମଞ୍ଜସ୍ୟ ଦେଖନ୍ତୁ ଗୋଟିଏ ହସ୍ପିଟାଲ୍ , ଗୋଟିଏ ଦିନ ଏବଂ ଏକ ବୟସରେ ଦୁଇ ଭଉଣୀ ଆରପାରିକୁ ଚାଲିଗଲେ । ଏ ଦୁଇଜଣ ସ୍ବରର ଯାଦୁଗର ଚିରଦିନ ପାଇଁ ସଂସାରରୁ ଚାଲିଯାଇଛନ୍ତି ସତ କିନ୍ତୁ ପ୍ରତିଟି ହୃଦୟରେ ତାଙ୍କ ଗାୟିକିରେ ଛାପ ଛାଡ଼ି ଯାଇଛନ୍ତି , ଯେବେ ଯେବେ ସଂଗୀତପ୍ରେମୀ ଲଗଜା ଗଲେ କିମ୍ବା ଖତୁବା ଶୁଣିବେ ସେବେ ସେବେ କହିବେ ଜଣେ ଥିଲେ ଆଶା ଆଉ ଜଣେ ଥିଲେ ଲତା ।






