AK ହେଲେ ୨୦୨୭ ନିର୍ବାଚନରେ ତାହାର ପୁନରାବୃତ୍ତି ହେବାର ସମ୍ଭାବନା କ୍ଷୀଣ। କାରଣ ବିଜୁ ଲିଗାସି ନାଁରେ ଏକଜୁଟ୍ ହୋଇଥିବା ନେତା ପଞ୍ଚାୟତ ନିର୍ବାଚନରେ ବିଜେଡି ଗଣିତକୁ ଓଲଟପାଲଟ କରିପାରନ୍ତି। ୨୦୨୨ ପଞ୍ଚାୟତ ନିର୍ବାଚନରେ ସବୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇ ସାଙ୍ଗଠନିକ ଦକ୍ଷତା ଦେଖାଇଥିଲା ବିଜେଡି । ହେଲେ ୨୦୨୭ ନିର୍ବାଚନରେ ତାହାର ପୁନରାବୃତ୍ତି ହେବାର ସମ୍ଭାବନା କ୍ଷୀଣ। କାରଣ ବିଜୁ ଲିଗାସି ନାଁରେ ଏକଜୁଟ୍ ହୋଇଥିବା ନେତା ପଞ୍ଚାୟତ ନିର୍ବାଚନରେ ବିଜେଡି ଗଣିତକୁ ଓଲଟପାଲଟ କରିପାରନ୍ତି। ଆଗୁଆ ବିପଦର ଆଭାସ ପାଇଁ କଂଗ୍ରେସ ଏବେ ବିଜେଡି ପିଠିରେ ଲାଉ ହେବାକୁ ଚାହୁଛି। ଅନ୍ୟପଟେ ଅନ୍ତଃକନ୍ଦଳରେ ଜର୍ଜରିତ ବିଜେପି ପାଇଁ ସହଜ ହେବନି ପଞ୍ଚାୟତ ପରୀକ୍ଷା । ପଞ୍ଚାୟତ ଉପରେ ସମସ୍ତଙ୍କର ନଜର ହେଲେ ସଙ୍ଗଠନ କାହା ସହିତ ରହିବ ତାହା ସ୍ଥିର କରିବେ ଭୋଟର ।

ଆଗକୁ ପଞ୍ଚାୟତ ନିର୍ବାଚନ। ଏହା ଭିତରେ ରାଜ୍ୟ ରାଜନୀତିରେ ବିଜୁ ଲିଗାସିର ନେତା ସକ୍ରିୟ ହେବା ବିଜେଡି ପାଇଁ ବଡ ଆହ୍ବାନ ସୃଷ୍ଟି କରିଛି। ତୃଣମୂଳସ୍ତରରେ ଦଳର ଭୋଟବ୍ୟାଙ୍କ ବିଭାଜନ ହେବାର ଆଶଙ୍କା ବଢିଛି। ଖାସକରି ଉପକୂଳ ଓଡ଼ିଶାରେ ଅତ୍ୟଧିକ କ୍ଷତି ସହିପାରେ ବିଜେଡି। କାରଣ ଏହା ଭିତରେ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବିଜେଡିର ତୃଣମୂଳ ସଙ୍ଗଠନ ବିଜେଡି ଠାରୁ ମୁହଁ ଫେରାଇ ନେଇ ବିଜେପି କ୍ୟାମ୍ପରେ। ଏହାବାଦ୍ ବିଜୟ ମହାପାତ୍ର, ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ବାଳ, ଅମର ଶତପଥୀଙ୍କ ଭଳି ଭେଟରାନ ନେତା ଏବେ ବିଜୁ ଲିଗାସି ନାଁରେ ଯେଉଁ ରାଜନୈତିକ ଚାଲ ଖେଳିଛନ୍ତି ତାହା ବିଜେଡିକୁ ଆକ୍ତାମାକ୍ତା କରିବାକୁ ଯଥେଷ୍ଟ। କେବଳ ଉପକୂଳ ଓଡ଼ିଶା ନୁହେଁ ପଶ୍ଚିମରେ ମଧ୍ୟ ବିଜୁ ଲିଗାସିକୁ ବଳ ଦେଉଛନ୍ତି ରବି ପାଣି ଓ ଦିଲ୍ଲୀପ ରାୟଙ୍କ ଭଳି ନେତା। ଦକ୍ଷିଣରେ ବିଜୁ ଅମଳର ନେତା ଏନ୍ ଭାସ୍କର ରାଓ ଢେର ଆଗରୁ ବିଜେଡିର ହାତ ଛାଡି ସାରିଛନ୍ତି। ତେଣୁ ପଞ୍ଚାୟତ ନିର୍ବାଚନରେ ଉପକୂଳରୁ ଉପାନ୍ତ, ବିଜେଡି ପାଇଁ ଆଉ ସହଜ ହୋଇନାହିଁ ।
କେବଳ ବିଜେଡି ପାଇଁ ନୁହେଁ ପଞ୍ଚାୟତ ନିର୍ବାଚନ କଂଗ୍ରେସ ପାଇଁ ମଧ୍ୟ ଅଗ୍ନିପରୀକ୍ଷା ଠାରୁ କମ ନୁହେଁ। ରାଜ୍ୟସଭାରେ କ୍ରସଭୋଟିଂ କରି ନିଲମ୍ବିତ ଦଳୀୟ ବିଧାୟକଙ୍କ ଆସନରେ କଂଗ୍ରେସର ସଙ୍ଗଠନ ଏକପ୍ରକାର ଶୂନ। ଏହାଭିତରେ ମୋକିମ ମଧ୍ୟ କଂଗ୍ରେସର ଭୋଟବ୍ୟାଙ୍କ ଭାଙ୍ଗିବାକୁ ଯଥାସାଧ୍ୟ ଉଦ୍ୟମ କରୁଛନ୍ତି। ଏହାଭିତରେ ବିଜେଡି ସହ ମେଣ୍ଟର ସଂକେତ ଦେଇ କଂଗ୍ରେସ କର୍ମୀଙ୍କ ବାର ବର୍ଷର ତପସ୍ୟାକୁ ଶୁଖୁଆ ଝୋଳରେ ସାରିଦେବାକୁ ଉଦ୍ୟମ କରୁଛନ୍ତି ପିସିସି ସଭାପତି। ଅନ୍ୟପଟେ ଶାସକ ବିଜେପିକୁ ଅଡ଼ୁଆରେ ପକାଇପାରେ ଅନ୍ତଃକନ୍ଦଳ। ଯାହାର ଝଲକ ନିମାପଡାରେ ଦେଖିବାକୁ ମିଳିଛି। ପଞ୍ଚାୟତ ଗଣିତ ଓଲଟପାଲଟ ହେଲେ କଡ ଲେଉଟାଇବ ରାଜ୍ୟ ରାଜନୀତି ।






