A.K ଦିନେଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବଡ଼ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବଡ଼ଗଡ଼ ଥାନା ପୁଲିସ ମୃତଦେହକୁ ଜବତ କରିଥିଲା। ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ଲଳିତପୁର ଗାଁରେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଦିନେଶ ନାୟକ। ତାଙ୍କୁ ୧୮ ବର୍ଷ ହୋଇଥିଲା।

ସରନୌତି ଗ୍ରାମର ଦିନେଶ ନାୟକ ଗତକାଲି ବିଳମ୍ବିତ ରାତିରେ ଲଳିତପୁର ଗାଁକୁ ଆସିଥିଲେ। ସେଠାରେ ଏକ ବାହାଘର ନିମନ୍ତେ ଟେଣ୍ଟ ବାନ୍ଧିବାକୁ ଆସିଥିଲେ।
ଟେଣ୍ଟ ବାନ୍ଧୁଥିବା ବେଳେ ହଠାତ୍ ତାଙ୍କ ଗୋଡ଼ ଖସି ଯାଇଥିଲେ। ତେଣୁ ସେ ପାଖରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟକୁ ଧରି ପକାଇଥିଲେ। ତେବେ ସେ ବିଦ୍ୟୁତ୍ ଖୁଣ୍ଟଟି କୌଣସି କାରଣରୁ ଚାର୍ଜ ହୋଇରହିଥିଲା ବା ସେଥିରେ ବିଦ୍ୟୁତ ପ୍ରବାହ ହେଉଥିଲା। ଫଳରେ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା ଓ ସେ ତଳେ ପଡ଼ି ଯାଇଥିଲେ। ନେଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବଡ଼ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବଡ଼ଗଡ଼ ଥାନା ପୁଲିସ ମୃତଦେହକୁ ଜବତ କରିଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।






