AK ମହିଳା ସଂରକ୍ଷଣ ପାଇଁ ଆଉ ୨ ଦିନ ପରେ ସଂସଦରେ ସ୍ୱତନ୍ତ୍ର ଅଧିବେଶନ ବସିବାକୁ ଥିବା ବେଳେ, ଏହାର ଅବ୍ୟବହିତ ପୂର୍ବରୁ ଆଜି ଅନୁଷ୍ଠିତ ହୋଇଛି ନାରୀ ଶକ୍ତି ବନ୍ଦନ ସମ୍ମେଳନ । ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏହି ସ୍ୱତନ୍ତ୍ର ସମ୍ମିଳନୀକୁ ସମ୍ୱୋଧିତ କରି, ମହିଳାଙ୍କ ଦଶନ୍ଧିର ପ୍ରତୀକ୍ଷା ଅନ୍ତ ହେବାକୁ ଯାଉଛି ବୋଲି କହିଛନ୍ତି । ସାରା ଦେଶର ମହିଳାଙ୍କୁ ମିଳିଲା ମୋଦୀଙ୍କ ଗ୍ୟାରେଣ୍ଟି । ମହିଳା ସଂରକ୍ଷଣ ପାଇଁ ଆଉ ୨ ଦିନ ପରେ ସଂସଦରେ ସ୍ୱତନ୍ତ୍ର ଅଧିବେଶନ ବସିବାକୁ ଥିବା ବେଳେ, ଏହାର ଅବ୍ୟବହିତ ପୂର୍ବରୁ ଆଜି ଅନୁଷ୍ଠିତ ହୋଇଛି ନାରୀ ଶକ୍ତି ବନ୍ଦନ ସମ୍ମେଳନ । ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏହି ସ୍ୱତନ୍ତ୍ର ସମ୍ମିଳନୀକୁ ସମ୍ୱୋଧିତ କରି, ମହିଳାଙ୍କ ଦଶନ୍ଧିର ପ୍ରତୀକ୍ଷା ଅନ୍ତ ହେବାକୁ ଯାଉଛି ବୋଲି କହିଛନ୍ତି ।

ଆସନ୍ତା ୧୬ ତାରିଖରୁ ମହିଳା ସଂରକ୍ଷଣ ଆଇନ ଲାଗୁ ଦିଗରେ ସଂସଦରେ ହେବ ସ୍ୱତନ୍ତ୍ର ଆଲୋଚନା । ଏହା ପୂର୍ବରୁ ଆଜି ନାରୀ ଶକ୍ତି ବନ୍ଦନ ସମ୍ମେଳନରେ ଏହି ପଦକ୍ଷେପର ଆବଶ୍ୟକତା ଓ ଉପଯୋଗିତା ଦିଗରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଛନ୍ତି- ଭାରତ ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ନିଷ୍ପତ୍ତିଗୁଡ଼ିକ ମଧ୍ୟରୁ ଗୋଟିଏ ନେବାକୁ ଯାଉଛି । ପ୍ରସ୍ତାବିତ ମହିଳା ସଂରକ୍ଷଣ ଆଇନ ନାରୀ ଶକ୍ତିକୁ ସମର୍ପିତ ଏକ ଐତିହାସିକ ପଦକ୍ଷେପ । ଏହା ଅତୀତର ଧାରଣାଗୁଡ଼ିକୁ ସାକାର କରିବ ଓ ଭବିଷ୍ୟତର ସଂକଳ୍ପଗୁଡ଼ିକୁ ପୂରଣ କରିବ। ରାଜ୍ୟର ବିଧାନସଭାରୁ ଦେଶର ସଂସଦ ଯାଏଁ, ନିଷ୍ପତ୍ତି ନେବାରେ ବଢ଼ିବ ମହିଳାଙ୍କ ଭାଗିଦାରୀ । ଦଶନ୍ଧି ଦଶନ୍ଧି ପ୍ରତୀକ୍ଷାର ଅନ୍ତ ୧୬, ୧୭ ଓ ୧୮ ତାରିଖରେ ହେବାକୁ ଯାଉଛି ବୋଲି କହିଛନ୍ତି ମୋଦୀ । ଏହି ସ୍ୱତନ୍ତ୍ର ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ, ବିଭିନ୍ନ କ୍ଷେତ୍ରରେ ଲବ୍ଧ ପ୍ରତିଷ୍ଠିତ ମହିଳାମାନେ ଯୋଗ ଦେଇଥିଲେ ।
କଟକରେ ମଧ୍ୟ ଆୟୋଜିତ ହୋଇଛି ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ । ଏଥିରେ ଯୋଗ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଂସଦ ଭର୍ତ୍ତୃହରି ମହତାବ, ବିଧାୟିକା ସୋଫିଆ ଫିର୍ଦ୍ଦୋସ, ବିଧାୟକ ପ୍ରକାଶ ସେଠୀ ପ୍ରମୁଖ । ରାଜ୍ୟର ବିଧାନସଭାରୁ ଦେଶର ସଂସଦ ଯାଏଁ । ସବୁଠି ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ସୁନିଶ୍ଚିତ କରିବାକୁ ସଂସଦରେ ଆସିବ ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂଶୋଧନ ବିଲ୍ । ୨୦୨୩ରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆସିବା ବେଳେ ସବୁ ଦଳ ସର୍ବସମ୍ମତିରେ ପାରିତ କରିଥିଲେ । ଯେମିତି ବି ହେଉ ୨୦୨୯ ନିର୍ବାଚନ ସୁଦ୍ଧା କାର୍ଯ୍ୟକାରୀ ହେଉ ବୋଲି ସମସ୍ତେ ଚାହୁଥିଲେ । ତେଣୁ ୧୬ରୁ ୧୮ ଯାଏଁ ସଂସଦର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ ସବୁ ଦଳର ସହଯୋଗ ଲୋଡ଼ିଛନ୍ତି ମୋଦୀ । ଅନ୍ୟପକ୍ଷରେ ମହିଳା ସଂରକ୍ଷଣ ପାଇଁ ନୁହେଁ, ସୀମା ପୁନଃନିର୍ଦ୍ଧାରଣ ହିଁ ସରକାରଙ୍କ ପ୍ରକୃତ ଉଦ୍ଦେଶ୍ୟ ବୋଲି ଦର୍ଶାଇ ସମାଲୋଚନା କରିଛନ୍ତି କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।






