AK ୨୦୨୨ରେ ଗଡ଼ଗଡ଼ିଆ ତୁଠର କଂକ୍ରିଟ୍ ପାହାଚ ନିର୍ମାଣ କରାଯାଇଥିଲା । ମାତ୍ର ଚାରି ମାସ ଭିତରେ ଏହା ନଷ୍ଟ ହୋଇଗଲା । ପ୍ରତ୍ୟେକ ଦିନ ଶହ ଶହ ଲୋକ ଏଠାକୁ ଆସୁଛନ୍ତି । କିନ୍ତୁ ତୁଠର ଅବସ୍ଥା ଦେଖି ଫେରିଯାଉଛନ୍ତି । ଅନ୍ୟପଟେ କୁଢ଼କୁଢ଼ ଆବର୍ଜନାରେ ଭର୍ତ୍ତି ହୋଇ ଗଲାଣି ମହାନଦୀ । ନିର୍ମାଣ ହେବାର କିଛି ମାସ ଭିତରେ ନଷ୍ଟ ହୋଇଗଲା ଗଡ଼ଗଡ଼ିଆ ତୁଠ କଂକ୍ରିଟ୍ ପାହାଚ । ୨୦୨୨ରେ ଗଡ଼ଗଡ଼ିଆ ତୁଠର କଂକ୍ରିଟ୍ ପାହାଚ ନିର୍ମାଣ କରାଯାଇଥିଲା । ମାତ୍ର ଚାରି ମାସ ଭିତରେ ଏହା ନଷ୍ଟ ହୋଇଗଲା । ପ୍ରତ୍ୟେକ ଦିନ ଶହ ଶହ ଲୋକ ଏଠାକୁ ଆସୁଛନ୍ତି । କିନ୍ତୁ ତୁଠର ଅବସ୍ଥା ଦେଖି ଫେରିଯାଉଛନ୍ତି । ଅନ୍ୟପଟେ କୁଢ଼କୁଢ଼ ଆବର୍ଜନାରେ ଭର୍ତ୍ତି ହୋଇ ଗଲାଣି ମହାନଦୀ । ମହାନଦୀ ରିଭରଫ୍ରଣ୍ଟ ପାଇଁ ମୁଖ୍ୟମନ୍ତ୍ରୀ ୨୨୦ କୋଟି ଟଙ୍କା ଘୋଷଣା କରିଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇନାହିଁ ।

କଟକ ସହରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ୨୦୨୨ରେ ବାଲିଯାତ୍ରା ପଡ଼ିଆ ସମ୍ମୁଖରେ ଥିବା ମହାନଦୀ ଗଡ଼ଗଡ଼ିଆ ଘାଟକୁ ହରିଦ୍ଵାର ଘାଟର ରୂପ ଦିଆଗଲା । ୧୮ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଗଲା। ୨୦୨୨ ଜୁନ୍ରେ ଘାଟର ଦୁଇ ଶହ ମିଟର ଅଞ୍ଚଳରେ କଂକ୍ରିଟ ପାହାଚ କରାଗଲା । ଏଥିରେ ସାଧାରଣ ଲୋକେ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାରୁ ଆରମ୍ଭ କରି ବୋଲବମ୍ ପାଣି ଉଠା, ଛୋଟ ଛୋଟ ପୂଜା ଭଳି କାର୍ଯ୍ୟ ସଂପାଦନ କରିବାରେ ସୁବିଧା ପାଇବେ ବୋଲି କୁହାଯାଇଥିଲା । ମାତ୍ର ସେହିବର୍ଷ ସେପ୍ଟେମ୍ବର ୧୮ରେ କଂକ୍ରିଟ ତୁଠର ୫୦ ଫୁଟ୍ର ପାହାଚ ଧୋଇଗଲା । ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ପାହାଚ ଧୋଇ ମହାନଦୀରେ ମିଶିଗଲାଣି । ବାଉଁଶ ବାଡ଼ ଦେଇ ଏହାକୁ ରଖାଯାଇଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନଦୀ ରିଭରଫ୍ରଣ୍ଟ ପାଇଁ ୨୨୦ କୋଟି ଟଙ୍କା ଘୋଷଣା କରିଛନ୍ତି। ହେଲେ ଏ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ। ଅନ୍ୟପଟେ କୁଢ଼କୁଢ଼ ଅଳିଆ ଆବର୍ଜନା ମହାନଦୀରେ ମିଶୁଛି। ଫଳରେ ମହାନଦୀ ପ୍ରଦୂଷିତ ହେବାରେ ଲାଗିଛି। ଏଥିପ୍ରତି ମଧ୍ୟ କେହି ଧ୍ୟାନ ଦେଉନାହାନ୍ତି। ଏଠି ପ୍ରଶ୍ନ ଉଠୁଛି, କାହିଁକି ମହାନଦୀକୁ ଏତେ ଅବହେଳା? କେବେ ଆରମ୍ଭ ହେବ ମହାନଦୀ ରିଭରଫ୍ରଣ୍ଟ କାମ? କେଉଁଦିନ ଗଡ଼ଗଡ଼ିଆ ତୁଠ କଂକ୍ରିଟ ପାହାଚର ପୁନଃ ନିର୍ମାଣ କରାଯିବ ଓ ମହାନଦୀ ରିଭରଫ୍ରଣ୍ଟ କାର୍ଯ୍ୟ ଆରମ୍ଭ ହେବ ତାହା ଦେଖିବାକୁ ବାକି ରହିଲା ।






