AK ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ବଲାଙ୍ଗିର ଜିଲ୍ଲାରେ ଆସନ୍ତାକାଲିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ବଲାଙ୍ଗିର ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ପରେ ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ଖରାଛୁଟି ନିଷ୍ପତ୍ତି ନେବ ବୋଲି କୁହାଯାଇଛି । ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ବଲାଙ୍ଗିର ଜିଲ୍ଲାରେ ଆସନ୍ତାକାଲିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ସ୍କୁଲ ସହିତ ଅଙ୍ଗନବାଡ଼ି କେନ୍ଦ୍ର, କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବଲାଙ୍ଗିର ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ପରେ ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ଖରାଛୁଟି ନିଷ୍ପତ୍ତି ନେବ ବୋଲି କୁହାଯାଇଛି।

ବଲାଙ୍ଗିର ଜିଲ୍ଲାପାଳଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ଗ୍ରୀଷ୍ମ ପ୍ରବାହ ସ୍ଥିତିକୁ ଦୃଷ୍ଟିରେ ରଖି ତଥା ବଲାଙ୍ଗିର ଜିଲ୍ଲାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବାରୁ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବିଦ୍ୟାଳୟ, କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ୧୮ ଏପ୍ରିଲରୁ ୨୧ ଏପ୍ରିଲ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି।
କ’ଣ ଆକଳନ କରିଥିଲା ପାଣିପାଗ ବିଭାଗ
ପାଣିପାଗ ବିଭାଗ ପକ୍ଷରୁ ଗତକାଲି କରାଯାଇଥିବା ଆକଳନ ଅନୁଯାୟୀ, ଏପ୍ରିଲ ୧୮ ଓ ୧୯ ତାରିଖରେ ବଲାଙ୍ଗିରର ଦିନର ତାପମାତ୍ରା ସର୍ବୋଚ୍ଚ ୪୫ ଡିଗ୍ରୀ ରହିପାରେ। ସେହିପରି ଏପ୍ରିଲ ୨୦ ତାରିଖରେ ୪୩ ଡିଗ୍ରୀ ରହିପାରେ। ଆସନ୍ତାକାଲି ବଲାଙ୍ଗିର ସହିତ ଟିଟିଲାଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାରେ ମଧ୍ୟ ଦିନର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ। ସେହିପରି ୧୯ ତାରିଖରେ ମଧ୍ୟ ଏହି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ରହିପାରେ।
କ’ଣ କହିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ ସାଧାରଣତଃ ହିଟ୍ ୱେଭ୍ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ବୈଠକ ଡାକନ୍ତି। ତା’ପରେ ସ୍କୁଲଗୁଡ଼ିକୁ ଖରାଛୁଟି ଘୋଷଣା କରିବା ନେଇ ନିଷ୍ପତ୍ତି ନିଆଯାଏ।ସେ ଆହୁରି କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ସ୍କୁଲଗୁଡ଼ିକୁ ଖରାଛୁଟି ଘୋଷଣା କରିବା ନେଇ କୌଣସି ନିଷ୍ପତ୍ତି ହୋଇନି। ହିଟ୍ ୱେଭ୍କୁ ଦେଖି ଆମେ ପରବର୍ତ୍ତୀ ସମୟରେ ଏନେଇ ନିଷ୍ପତ୍ତି ନେବୁ। ଯେତେବେଳେ ଦେଖାଯିବ ଯେ ଅତ୍ୟଧିକ ଗରମ ହେଉଛି ଏବଂ ତାହା ପିଲାମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି, ସେତେବେଳେ ନିଷ୍ପତ୍ତି ନିଆଯିବ। ଖରା ଯୋଗୁ ପିଲାମାନଙ୍କୁ ଯେମିତି କୌଣସି ପ୍ରକାର କ୍ଷତି ନପହଞ୍ଚେ ସେଥିପ୍ରତି ଆମେ ଗୁରୁତ୍ୱ ଦେବୁ।






