A.K ଗୁଡ୍ ରିଟର୍ଣ୍ଣସର ତଥ୍ୟ ଅନୁଯାୟୀ, ଗତ ୧୦ ଦିନ ମଧ୍ୟରେ ଆଜି ସୁନାର ଦର ସବୁଠୁ ଅଧିକ ବଢ଼ିଛି। ଏପ୍ରିଲ ୭ ଓ ୬ ତାରିଖରେ ସୁନାର ଦର ହ୍ରାସ ପାଇଥିବା ବେଳେ ଏପ୍ରିଲ୍ ଓ ୫ ଓ ୪ରେ ସ୍ଥିର ରହିଥିଲା । ପୁଣି ବଢ଼ିଛି ସୁନା ଦର। ଆମେରିକା-ଇରାନ ଯୁଦ୍ଧ ବିରତି ଘୋଷଣା ହେବା ପରେ ସୁନା ଦରରେ ବୃଦ୍ଧି ଘଟିଛି। ‘ଗୁଡ୍ ରିଟର୍ଣ୍ଣସ’ର ସୂଚନା ଅନୁଯାୟୀ, ଆଜି ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର (24 Carat Gold Price) ଦର ୩,୯୮୦ ଟଙ୍କା ବୃଦ୍ଧି ପାଇଛି। ଫଳରେ ଗତକାଲି ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ଦର ଭୁବନେଶ୍ୱରରେ ୧ ଲକ୍ଷ ୪୯ ହଜାର ୮୪୦ ଟଙ୍କା ରହିଥିବା ବେଳେ ଆଜି ୧ ଲକ୍ଷ ୫୩ ହଜାର ୮୨୦ ଟଙ୍କାରେ ପହଞ୍ଚିଛି ।

ଭୁବନେଶ୍ୱରରେ ଗତକାଲି ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର (22 Carat Gold Rate) ଦର ୧ ଲକ୍ଷ ୩୭ ହଜାର ୩୫୦ ଟଙ୍କା ଥିବା ବେଳେ ଆଜି ୧ ଲକ୍ଷ ୪୧ ହଜାର ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ଦରରେ ୩,୬୫୦ ଟଙ୍କା ବୃଦ୍ଧି ପାଇଛି।
୧୮ କ୍ୟାରେଟ୍ ସୁନାର ଦର ମଧ୍ୟ ବୃଦ୍ଧି ପାଇଛି। ଏହି ପ୍ରକାର ସୁନାର ୧୦ ଗ୍ରାମ ପ୍ରତି ଦର ଗତକାଲି ଭୁବନେଶ୍ୱରରେ ୧ ଲକ୍ଷ ୧୨ ହଜାର ୩୮୦ ଟଙ୍କା ଥିବା ବେଳେ ଆଜି ୨୯୯୦ ଟଙ୍କା ବଢ଼ି ୧ ଲକ୍ଷ ୧୫ ହଜାର ୩୭୦ ଟଙ୍କାରେ ପହଞ୍ଚିଛି।
ଗୁଡ୍ ରିଟର୍ଣ୍ଣସର ତଥ୍ୟ ଅନୁଯାୟୀ, ଗତ ୧୦ ଦିନ ମଧ୍ୟରେ ଆଜି ସୁନାର ଦର ସବୁଠୁ ଅଧିକ ବଢ଼ିଛି। ଏପ୍ରିଲ ୭ ଓ ୬ ତାରିଖରେ ସୁନାର ଦର ହ୍ରାସ ପାଇଥିବା ବେଳେ ଏପ୍ରିଲ୍ ଓ ୫ ଓ ୪ରେ ସ୍ଥିର ରହିଥିଲା। ଏପ୍ରିଲ ୩ ତାରିଖରେ ସୁନା ଦର ବଢ଼ିଥିବା ବେଳେ ଏପ୍ରିଲ ୨ ତାରିଖରେ ହ୍ରାସ ପାଇଥିଲା। ଏପ୍ରିଲ ୧, ମାର୍ଚ୍ଚ ୩୧ ଓ ୩୦ ତାରିଖରେ ସୁନା ଦର ବୃଦ୍ଧି ପାଇଥିଲା।
ସୁନା ଭଳି ରୁପାର ଦାମ୍ ବୃଦ୍ଧି ପାଇଛି। ଗତକାଲି ଭୁବନେଶ୍ୱରରେ ରୁପା କେଜି ପ୍ରତି ଦର ୨ ଲକ୍ଷ ୫୫ ହଜାର ଟଙ୍କା ଥିବା ବେଳେ ଆଜି ଏହା ୨ ଲକ୍ଷ ୬୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ୍ ରୁପାର କେଜି ପ୍ରତି ଦର ୧୦ ହଜାର ଟଙ୍କା ବଢ଼ିଛି।






