AK ଚଳିତ ବର୍ଷ ଏଲନିନୋ ପ୍ରଭାବରେ ସ୍ୱାଭାବିକ ଠାରୁ କମ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଏପଟେ ଓଡ଼ିଶାରେ ଅସହ୍ୟ ତାତି ଓ ଗୁଳଗୁଳି ଜନଜୀବନକୁ ବ୍ୟତିବ୍ୟସ୍ତ କରିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଆଗରୁ ତାତିରୁତ୍ରାହି ମିଳିବ ନାହିଁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ପାଣିପାଗ ବିଭାଗର ଆକଳନ । ଚଳିତ ବର୍ଷ ଏଲନିନୋ ପ୍ରଭାବରେ ସ୍ୱାଭାବିକ ଠାରୁ କମ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଏପଟେ ଓଡ଼ିଶାରେ ଅସହ୍ୟ ତାତି ଓ ଗୁଳଗୁଳି ଜନଜୀବନକୁ ବ୍ୟତିବ୍ୟସ୍ତ କରିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଆଗରୁ ତାତିରୁତ୍ରାହି ମିଳିବ ନାହିଁ ।

ମୌସୁମୀ ଋତୁରେ ବର୍ଷାକୁ ନେଇ ଭାରତୀୟ ପାଣପାଗ ବିଭାଗର ପୂର୍ବାନୁମାନ ଚିନ୍ତା ବଢାଇ ଦେଇଛି। ଏଲନିନୋ ପ୍ରଭାବ ସଂପର୍କିତ ଆକଳନ ଅନୁସାରେ ଏଥର ମୌସୁମୀ ରୁତୁରେ ସ୍ୱାଭାବିକ ଠାରୁ କମ ବର୍ଷା ହେବ। ହାରାହାରି ୯୬-୧୦୪% ବର୍ଷା ହେଲେ ତାହାକୁ ସ୍ବାଭାବିକ ବର୍ଷା ବୋଲି କୁହାଯାଇଥାଏ। କିନ୍ତୁ ଆଇଏମଡିର ଆକଳନ, ଚଳିତ ବର୍ଷ ୯୨% ବର୍ଷା ସମ୍ଭାବନା। ଅର୍ଥାତ ଏଲ୍ନିନୋ ପ୍ରଭାବରେ ସ୍ୱାଭାବିକ ଠାରୁ ୪% କମ୍ ବର୍ଷା ପୂର୍ବାନୁମାନ କରାଯାଇଛି। ସାରା ଦେଶରେ ଜୁନ୍ରୁ ସେପ୍ଟେମ୍ବର, ମୌସୁମୀ ଋତୁରେ ସ୍ୱାଭାବିକ ବର୍ଷାର ପରିମାଣ ୮୭ ସେମି ରହିବ ବୋଲି କହିଛି ପାଣିପାଗ ବିଭାଗ।
କାଳବୈଶାଖୀ ବର୍ଷା ଯୋଗୁଁ ପାଗ ଥଣ୍ଡା ଥିଲା ଏବେ ପୁଣି ତାତିଲାଣି। ସତେ ଯେମିତି ଆକାଶରୁ ନିଆଁ ବର୍ଷା ହେଉଛି। ଉପକୂଳରୁ ଉପାନ୍ତ ସବୁଠି ତାତି। ରୌଦ୍ରତାପ ଏମିତି ଯେ ଗଛ ଛାଇରେ ଠିଆ ହେଲେ ବି ଗମଗମ ଝାଳ ବାହାରି ଯାଉଛି। ଝାରସୁଗୁଡ଼ାରେ ତାପମାତ୍ରା ୪୦ ଡିଗ୍ରୀ ଟପିବାରୁ ପୁରା ସହର ଅଗ୍ନିକୁଣ୍ଡ ପାଲଟିଯାଇଛି । ଖରା ସାଙ୍ଗକୁ ଗୁଳଗୁଳି ସନ୍ତୁଳି ପକାଉଛି। ସେପଟେ ଯାଜପୁରରେ ପ୍ରବଳ ଖରା ପାଇଁ ଅସ୍ତବ୍ୟସ୍ତ ଜନଜୀବନ। ତାତିରୁ ଆଶ୍ୱସ୍ତି ପାଇଁ କାକୁଡି, ତରଭୁଜ ଦୋକାନ, ଥଣ୍ଡା ପାନୀୟ, ଲସି ଦୋକାନରେ ଲୋକ ଭିଡ଼ ଜମାଉଛନ୍ତି । ଅନ୍ୟପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ‘ହିଟ୍ ଓ୍ବେଭ୍’ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୧୯ ତାରିଖ ଯାଏଁ ରାଜ୍ୟବାସୀଙ୍କୁ ତାତିରୁ ନିସ୍ତାର ମିଳିବ ନାହିଁ। ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବା ସହ ପଣା ସଂକ୍ରାନ୍ତି ଠାରୁ ତାତିର ପ୍ରକୋପ ଆହୁରି ବଢ଼ିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର






