AK ସୋଫିଆ ଫିର୍ଦ୍ଦୋସ ଦଳର ମୁଖ୍ୟ ଚେହେରା ଭାବେ ଉଭା ହେବେ। ମୋକିମଙ୍କ କହିବା ଅନୁଯାୟୀ, ଯୁବପିଢ଼ିଙ୍କୁ ପ୍ରାଧାନ୍ୟ ଦେବା ଏବଂ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଏହି ନୂତନ ଦଳ ଗଠନ କରାଯାଇଛି। ସୋଫିଆଙ୍କ ଶିକ୍ଷାଗତ ଯୋଗ୍ୟତା, ସ୍ୱଚ୍ଛ ଭାବମୂର୍ତ୍ତି ଏବଂ କାର୍ୟ୍ୟ କରିବାର ଶୈଳୀ ଦଳକୁ ଏକ ନୂଆ ଶିଖରକୁ ନେଇଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ରାଜ୍ୟ ରାଜନୀତିରେ ବଡ଼ ହଲଚଲ। କଂଗ୍ରେସରୁ ବହିଷ୍କୃତ ହେବା ପରେ ବରିଷ୍ଠ ନେତା ମହମ୍ମଦ ମୋକିମ ନିଜର ନୂଆ ରଣନୀତି ସ୍ପଷ୍ଟ କରିଛନ୍ତି। ନିକଟରେ ଗଠିତ ହୋଇଥିବା ‘ଓଡ଼ିଶା ଜନତା କଂଗ୍ରେସ’ ର ଭବିଷ୍ୟତକୁ ନେଇ ମୋକିମ ଏକ ବଡ଼ ଘୋଷଣା କରିଛନ୍ତି । ଆଗାମୀ ଦିନରେ ଏହି ଦଳର ନେତୃତ୍ୱ ନେବେ ବାରବାଟୀ-କଟକର ଲୋକପ୍ରିୟ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ଓଡ଼ିଶା ଜନତା କଂଗ୍ରେସର ପ୍ରତିଷ୍ଠାତା ମହମ୍ମଦ ମୋକିମ ସୂଚନା ଦେଇଛନ୍ତି ଯେ ସୋଫିଆ ଫିର୍ଦ୍ଦୋସ ଦଳର ମୁଖ୍ୟ ଚେହେରା ଭାବେ ଉଭା ହେବେ। ମୋକିମଙ୍କ କହିବା ଅନୁଯାୟୀ, ଯୁବପିଢ଼ିଙ୍କୁ ପ୍ରାଧାନ୍ୟ ଦେବା ଏବଂ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଏହି ନୂତନ ଦଳ ଗଠନ କରାଯାଇଛି। ସୋଫିଆଙ୍କ ଶିକ୍ଷାଗତ ଯୋଗ୍ୟତା, ସ୍ୱଚ୍ଛ ଭାବମୂର୍ତ୍ତି ଏବଂ କାର୍ୟ୍ୟ କରିବାର ଶୈଳୀ ଦଳକୁ ଏକ ନୂଆ ଶିଖରକୁ ନେଇଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
- ସୋଫିଆ ଫିର୍ଦ୍ଦୋସ ହେବେ ଓଡ଼ିଶା ଜନତା କଂଗ୍ରେସର ସାରଥି
- ବର୍ତ୍ତମାନ ବିଜେଡି ଏବଂ କଂଗ୍ରେସର ଅନେକ ପ୍ରଭାବଶାଳୀ ନେତା ଯୋଗାଯୋଗରେ ଅଛନ୍ତି: ମୋକିମ
- ଖୁବ୍ ଶୀଘ୍ର ଅନେକ ପୂର୍ବତନ ବିଧାୟିକା ଓ ବିଧାୟକ ଏହି ନୂଆ ଦଳରେ ସାମିଲ ହେବାକୁ ଯାଉଛନ୍ତି
- ଜାତୀୟ ଦଳର କଟକଣା ବାହାରେ ରହି ଓଡ଼ିଶାର ଜନସାଧାରଣଙ୍କ ପାଇଁ କାମ କରିବା ଓଡ଼ିଶା ଜନତା କଂଗ୍ରେସର ମୁଖ୍ୟ ଲକ୍ଷ୍ୟ
ମୋକିମଙ୍କର ଏହି ଘୋଷଣା ପରେ ରାଜ୍ୟର ପାରମ୍ପରିକ ରାଜନୈତିକ ସମୀକରଣ ବଦଳିବା ପରି ମନେ ହେଉଛି। ବିଶେଷ କରି ଉପକୂଳ ଓଡ଼ିଶାରେ ମୋକିମ ଓ ସୋଫିଆଙ୍କର ଦବଦବା ରହିଥିବାରୁ, ଏହା ବିଜେଡି ଏବଂ କଂଗ୍ରେସ ପାଇଁ ଚିନ୍ତାର ବିଷୟ ପାଲଟିପାରେ। ସୋଫିଆ ଜଣେ ପ୍ରଥମ ମୁସଲିମ୍ ମହିଳା ବିଧାୟିକା ଭାବେ ଇତିହାସ ରଚିଥିବା ବେଳେ, ଏବେ ଏକ ନୂଆ ଦଳର ନେତୃତ୍ୱ ନେଇ ସେ କିପରି ସଫଳ ହେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।






