AK ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍ ବେଳେ ରୋମି ଓ ବୈଭବ ସୂର୍ଯ୍ୟବଂଶୀ ଏକାଠି ବସିଥିଲେ। ଡଗଆଉଟରେ ଉଭୟ ବସିଥିବା ବେଳେ ରୋମି ମୋବାଇଲର ବ୍ୟବହାର କରିଥିଲେ। ଏହାକୁ ସୂର୍ଯ୍ୟବଂଶୀ ଚାହିଁ ରହିଥିଲେ। IPL 2026: ଅଡ଼ୁଆରେ ଆଇପିଏଲ ପ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ। ମ୍ୟାଚ୍ ଚାଲିଥିବା ବେଳେ ଡଗଆଉଟରେ ବସି ଫୋନ ବ୍ୟବହାର କରିବା ରାଜସ୍ଥାନ ରୟାଲ୍ସର ଟିମ ମ୍ୟାନେଜର ରୋମି ଭିନ୍ଦେରଙ୍କୁ ମହଙ୍ଗା ପଡ଼ିଛି। ମ୍ୟାଚ୍ ବେଳେ ଖେଳାଳିଙ୍କ ପାଖରେ ବସି ଫୋନ ବ୍ୟବହାର କରିବା ଦୁର୍ନୀତି ନିରୋଧ ପ୍ରୋଟକଲର ଖୋଲା ଉଲ୍ଲଙ୍ଘନ। ଏହାର ଭିଡିଓ ସାମ୍ନାକୁ ଆସିବା ପରେ ବିସିସିଆଇ ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତର ପ୍ରଥମେ ପଦକ୍ଷେପ ସ୍ୱରୂପ ବିସିସିଆଇ ପକ୍ଷରୁ ନୋଟିସ କରାଯାଇଛି।

ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍ ବେଳେ ରୋମି ଓ ବୈଭବ ସୂର୍ଯ୍ୟବଂଶୀ ଏକାଠି ବସିଥିଲେ। ଡଗଆଉଟରେ ଉଭୟ ବସିଥିବା ବେଳେ ରୋମି ମୋବାଇଲର ବ୍ୟବହାର କରିଥିଲେ। ଏହାକୁ ସୂର୍ଯ୍ୟବଂଶୀ ଚାହିଁ ରହିଥିଲେ। ମୋବାଇଲ ଫୋନ ବ୍ୟବହାରର ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିବାଦ ଦେଖା ଦେଇଛି।
ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦିଙ୍କ ଠାରୁ ଆରମ୍ଭ କରି ଅନେକ ଲୋକ ସିଧାସଳଖ ରୋମିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବିବାଦ ବଢ଼ୁଥିବାରୁ ବିସିସିଆଇର ଦୁର୍ନୀତି ନିରୋଧ ଓ ସୁରକ୍ଷା ଶାଖା(ACSU) ପକ୍ଷରୁ ରୋମିଙ୍କୁ ନୋଟିସ କରାଯାଇଛି। ମ୍ୟାଚ୍ ବେଳେ ଡଗଆଉଟରେ ବସି ସେ କାହିଁକି ମୋବାଇଲ ଫୋନର ବ୍ୟବହାର କରୁଥିଲେ, ସେକଥା ଜଣାଇବାକୁ ରୋମିଙ୍କୁ ୪୮ ଘଣ୍ଟାର ସମୟ ମିଳିଛି। ଆଇପିଏଲ ଗଭର୍ଣ୍ଣିଂ କାଉନସିଲର ଅଧ୍ୟକ୍ଷ ଅରୁଣ ଧୂମାଲ କହିଛନ୍ତି, “ଆମେ ACSUକୁ ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କହିଛୁ।”
ଆଉ ଗୋଟିଏ ରିପୋର୍ଟରେ କୁହାଯାଇଛି ଯେ ରୋମିଙ୍କ ମୋବାଇଲ ବ୍ୟବହାରର ଲିଙ୍କ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ସହ ସମ୍ଭବତଃ ଜଡ଼ିତ। ରାଜସ୍ଥାନ ରୟାଲ୍ସର ମ୍ୟାନେଜର ରୋମି ଅତୀତରେ ଗୁରୁତର ସ୍ୱାସ୍ଥ୍ୟା ସମସ୍ୟା ଦେଇ ଗତି କରିଥିଲେ। ଫୁସଫୁସ ଜନିତ ସଂକ୍ରମଣ ଯୋଗୁ ତାଙ୍କୁ ନାଗପୁରର ଗୋଟିଏ ହସ୍ପିଟାଲରେ ଦୀର୍ଘ ସମୟ ଧରି ଆଡମିଟ ହେବାକୁ ପଡ଼ିଥିଲା। ସେ ନିଜର ଓଜନ ପ୍ରାୟ ୧୦ କେଜି ହରାଇଛନ୍ତି। ସେହିପରି ସେ ଶ୍ୱାସ ରୋଗରେ ପୀଡ଼ିତ। ଏଥିପାଇଁ ରୋମିଙ୍କୁ ମୋବାଇଲ ଧରି ଡଗଆଉଟକୁ ଆସିବାକୁ ଅନୁମତି ମିଳିଛି।
ତେବେ ସେ ଘଟଣା ବେଳେ ଫୋନରେ କାହା ସହ କଥା ହୋଇ ନାହାନ୍ତି କିମ୍ବା କୌଣସି କଲ ଗ୍ରହଣ କରି ନାହାନ୍ତି। ସେ କେବଳ ମୋବାଇଲକୁ ସ୍କ୍ରଲ କରିଥିଲେ। ତାଙ୍କ ପାଖରେ ନୋଟିସର ଜବାବ ଦେବାକୁ ସମୟ ରହିଛି। ସେ ସବୁ କିଛି ACSUକୁ କହିବେ ବୋଲି ଏହି ରିପୋର୍ଟରେ କୁହାଯାଇଛି।






