A.K ଯୁଦ୍ଧର ଏହି ଅପଡେଟ୍ ସ୍ପଷ୍ଟ ଭାବରେ ମଧ୍ୟପ୍ରାଚ୍ୟ ସମେତ ଅନେକ ଦେଶ ପାଇଁ ଏକ ଆଶ୍ବସ୍ତିକର ଖବର । ଏତେ ବଡ଼ ସଙ୍କଟ କମିବା ସହିତ ସୁନା ଏବଂ ରୁପା ବଜାରରେ ମଧ୍ୟ ତୀବ୍ର ବୃଦ୍ଧି ଦେଖିବାକୁ ମିଳିଛି ।ଛଅ ସପ୍ତାହ ଧରି ଚାଲିଥିବା ଭୟଙ୍କର ଯୁଦ୍ଧ ଶେଷରେ ଟିକେ ନିଶ୍ବାସ ମାରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୫ ଦିନିଆ ଯୁଦ୍ଧବିରତି ଘୋଷଣା କରିଛନ୍ତି ଅର୍ଥାତ ଆମେରିକା ଏବେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଇରାନ ବିରୁଦ୍ଧରେ ବୋମାମାଡ଼ ଏବଂ ଆକ୍ରମଣ ବନ୍ଦ କରିବ । ଯୁଦ୍ଧର ଏହି ଅପଡେଟ୍ ସ୍ପଷ୍ଟ ଭାବରେ ମଧ୍ୟପ୍ରାଚ୍ୟ ସମେତ ଅନେକ ଦେଶ ପାଇଁ ଏକ ଆଶ୍ବସ୍ତିକର ଖବର । ଏତେ ବଡ଼ ସଙ୍କଟ କମିବା ସହିତ ସୁନା ଏବଂ ରୁପା ବଜାରରେ ମଧ୍ୟ ତୀବ୍ର ବୃଦ୍ଧି ଦେଖିବାକୁ ମିଳିଛି । ଯୁଦ୍ଧବିରତି ଖବର ପରେ ନିବେଶକଙ୍କ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଛି ଏବଂ ସେମାନେ ନିବେଶ କରିବା ଦିଗରେ ମନ ବଳାଇଛନ୍ତି । ଫଳସ୍ୱରୂପ, ଗୋଟିଏ ଦିନରେ ରୁପାର ମୂଲ୍ୟ ପ୍ରାୟ ୧୨,୦୦୦ ଟଙ୍କା ବଢ଼ିଥିବା ବେଳେ ସୁନାରେ ହାତ ମାରିବା କାଠିକର ପାଠ ହୋଇପଡ଼ିଛି ।

ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ମୂଲ୍ୟ ୩,୧୭୩ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ୧ ଲକ୍ଷ ୪୮ ହଜାର ୭୩୩ ଟଙ୍କାରେ ପହଞ୍ଚିଛି । ରୁପା ମଧ୍ୟ ୧୧,୯୨୪ ଟଙ୍କା ବୃଦ୍ଧି ପାଇ ପ୍ରତି କିଲୋଗ୍ରାମ ୨,୩୧,୩୪୮ ରେ ପହଞ୍ଚିଛି । କେବଳ ଘରୋଇ ବଜାରରେ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସୁନା ମୂଲ୍ୟ ବୃଦ୍ଧି ପାଇଛି । ବିଶ୍ୱ ବଜାରରେ ସୁନା ପ୍ରାୟ ୨.୩% ବୃଦ୍ଧି ପାଇ ୪,୮୧୧.୬୬ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଛି । ବଜାର ବିଶେଷଜ୍ଞ କୁହନ୍ତି ଯେ ଯୁଦ୍ଧବିରତି ଯୋଗୁଁ ବଜାର ଅନିଶ୍ଚିତତା ହ୍ରାସ ପାଇଛି ଯାହା ଫଳରେ ନିବେଶକମାନେ ସୁରକ୍ଷିତ ନିବେଶ ଭାବରେ ସୁନା ଏବଂ ରୁପାକୁ ବାଛିଛନ୍ତି ।
ତେବେ ଭୁବନେଶ୍ବରରେ ଯଦି ଆଜିର ସୁନା ଦରକୁ ଦେଖିବା ତା’ହେଲେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୧ ଲକ୍ଷ ୫୩ ହଜାର ୮୨୦ ଟଙ୍କା , ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୧ ଲକ୍ଷ ୪୧ ହଜାର ଟଙ୍କା ଏବଂ ୧୮ କ୍ୟାରେଟ୍ ସୁନା ଦର ପ୍ରତି ୧୦ ଗ୍ରାମକୁ ୧ ଲକ୍ଷ ୧୫ ହଜାର ୩୭୦ ଟଙ୍କା ରହିଛି ।






