AK କାୟାକଳ୍ପ ବଦଳିଛି, ସ୍ମାର୍ଟସିଟିର ମାନ୍ୟତା ପାଇଛି । କିନ୍ତୁ ଆଜି ବି ଅନେକ ସମସ୍ୟା ଭିତରେ ଜୁଝି ହେଉଛନ୍ତି ସହରବାସୀ। ଅସରାଏ ବର୍ଷାରେ ରାସ୍ତାରେ ରାସ୍ତାରେ ପାଣି ଚାଲୁଛି। ଡ୍ରେନରେ ପିଲା ଭାସିଯିବାର ଖବର ଆସୁଛି । ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାଠୁ ନେଇ ପାର୍କିଂ ସମସ୍ୟା, ରାସ୍ତାଘାଟ ସମସ୍ୟା, ଜବର ଦଖଲ, ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଭଳି ସମସ୍ୟାର ଲମ୍ବା ତାଲିକା ।

୧୯୪୮ମସିହା, ଏପ୍ରିଲ ୧୩ ତାରିଖ । ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ନୂଆ ରାଜଧାନୀର ଶିଳାନ୍ୟାସ କରିଥିଲେ । ଐତିହ ସମ୍ପନ୍ନ ମନ୍ଦିରମାଳିନୀ ସହର ନୂଆ ରୂପ ପାଇବା ନେଇ ପଡ଼ିଥିଲା ମୂଳଦୁଆ । ପ୍ରସ୍ତୁତ କରାଯାଇଥିଲା ଆଧୁନିକ ଭୁବନେଶ୍ବରର ନକ୍ସା । ୧୯୪୯ ମସିହାରେ କଟକରୁ ଭୁବନେଶ୍ବରକୁ ସ୍ଥାନାନ୍ତର ହୋଇଥିଲା ରାଜଧାନୀ , ଇତିମଧ୍ୟରେ ବିତିଲାଣି ୭୮ବର୍ଷ ।
କାୟାକଳ୍ପ ବଦଳିଛି, ସ୍ମାର୍ଟସିଟିର ମାନ୍ୟତା ପାଇଛି । କିନ୍ତୁ ଆଜି ବି ଅନେକ ସମସ୍ୟା ଭିତରେ ଜୁଝି ହେଉଛନ୍ତି ସହରବାସୀ। ଅସରାଏ ବର୍ଷାରେ ରାସ୍ତାରେ ରାସ୍ତାରେ ପାଣି ଚାଲୁଛି। ଡ୍ରେନରେ ପିଲା ଭାସିଯିବାର ଖବର ଆସୁଛି । ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାଠୁ ନେଇ ପାର୍କିଂ ସମସ୍ୟା, ରାସ୍ତାଘାଟ ସମସ୍ୟା, ଜବର ଦଖଲ, ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଭଳି ସମସ୍ୟାର ଲମ୍ବା ତାଲିକା। ମେଟ୍ରୋ ସ୍ବପ୍ନରେ ଲାଗିଛି ପ୍ରଶ୍ନଚିହ୍ନ, ଅପରାଧରେ ଲାଗୁନି ଲଗାମ । ଆରାମଦାୟକ ଜୀବନଧାରଣ ସାଧନ ତାଲିକାରେ ଚତୁର୍ଥ ସ୍ଥାନରେ ଥିବା ଭୁବନେଶ୍ବରରେ କେତେ ସୁବିଧାରେ ଅଛନ୍ତି ରାଜଧାନୀବାସୀ ସେନେଇ ଉଠିଛି ପ୍ରଶ୍ନ ।
ସହରର ପରିସୀମା ବଢୁଛି। ମାତ୍ର ବ୍ୟବସ୍ଥିତ ହୋଇପାରୁନାହିଁ। ମନଇଛା ଗଢଞିଉଠୁଛି ବସ୍ତି । ମନଇଚ୍ଛା ଏଣେତେଣେ ଚାଲିଛି ନିର୍ମାଣ କାମ। ବଡ଼ ସମସ୍ୟା ଭାବେ ଉଭା ହୋଇଛି ପାର୍କିଂ। ଲୋକେ ଏବେ ଘରୁ ବାହାରିଲେ କେଉଁଠି ଗାଡ଼ି ରଖିବେ ସେ ନେଇ ଘାରିଛି ଚିନ୍ତା । ପୌରପାଳିକା ଘୋଷଣା ବେଳେ ୬୫.୦୩ ବର୍ଗ କିଲୋମିଟର ଥିବା ରାଜଧାନୀର ଆୟତ୍ତନ ଏବେ ପ୍ରାୟ ୩ଗୁଣା ବଢି ୧୮୬ବର୍ଗ କିମିରୁ ଅଧିକ ହେଲାଣି। ତାଳଦେଇ ବଢ଼ିଛି ଜନସଂଖ୍ୟା, କୋଠାବାଡି ୧୦ଗୁଣା ବଢିଲାଣି। ମାତ୍ର ଏସବୁକୁ ନଜରରେ ରଖି ଯୋଜନା ହେଉନଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। ଅନ୍ୟ ସହର ଭଳି କାହିଁକି ବ୍ୟବସ୍ଥିତ ହୋଇପାରୁନି ଭୁବନେଶ୍ବର? ରାଜଧାନୀ ହେବାର ଆଉ କେତେ ବର୍ଷ ପରେ ସୁଧୁରିବ ସହର ଅବସ୍ଥା ?






