A.K ତାମିଲନାଡ଼ୁରେ ବାପ-ପୁଅଙ୍କ ହାଜତ ମୃତ୍ୟୁ ମାମଲାରେ ମାଡ୍ରାସ ହାଇକୋର୍ଟଙ୍କ ଐତିହାସିକ ରାୟକୁ ପ୍ରଶଂସା ମିଳୁଥିବାବେଳେ ଏହାର ମାଧ୍ୟମ ସାଜିଥିଲେ ତାମିଲନାଡ଼ୁ ପୁଲିସ ବିଭାଗର ମୁଖ୍ୟ କନଷ୍ଟେବଳ ରେବତୀ । ଧମକ ଏବଂ ସାଂଗଠନିକ ଚାପକୁ ବେଖାତିର କରି ରେବତୀ ନିର୍ଭୀକ ଭାବେ ନିଜର ସାକ୍ଷ୍ୟ ପ୍ରଦାନ କରି ମୃତ ବାପ-ପୁଅଙ୍କୁ ନ୍ୟାୟ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାମିଲନାଡ଼ୁରେ ବାପ-ପୁଅଙ୍କ ହାଜତ ମୃତ୍ୟୁ ମାମଲାରେ ମାଡ୍ରାସ ହାଇକୋର୍ଟଙ୍କ ଐତିହାସିକ ରାୟକୁ ପ୍ରଶଂସା ମିଳୁଥିବାବେଳେ ଏହାର ମାଧ୍ୟମ ସାଜିଥିଲେ ତାମିଲନାଡ଼ୁ ପୁଲିସ ବିଭାଗର ମୁଖ୍ୟ କନଷ୍ଟେବଳ ରେବତୀ । ଧମକ ଏବଂ ସାଂଗଠନିକ ଚାପକୁ ବେଖାତିର କରି ରେବତୀ ନିର୍ଭୀକ ଭାବେ ନିଜର ସାକ୍ଷ୍ୟ ପ୍ରଦାନ କରି ମୃତ ବାପ-ପୁଅଙ୍କୁ ନ୍ୟାୟ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୨୦୨୦ ମସିହାରେ ବ୍ୟବସାୟୀ ପି ଜୟରାଜ ଓ ତାଙ୍କ ପୁଅ ଜେ ବେନିକ୍ସଙ୍କୁ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଥୁଟ୍ଟିକୁଡିର ସତନକୁଲମ୍ ପୁଲିସ ଗିରଫ କରିଥିଲା। ସେତେବେଳେ ରେବତୀ ସତନକୁଲମ ପୁଲିସ ଷ୍ଟେସନରେ ଡ୍ୟୁଟିରେ ଥିଲେ । ଏହି ମାମଲାରେ ସାକ୍ଷୀ ହେବା ପରେ ତାଙ୍କ ସୁରକ୍ଷା, ପରିବାର କିମ୍ବା ଚାକିରି ବିଷୟରେ କୌଣସି ସ୍ପଷ୍ଟ ସୁରକ୍ଷା ମିଳି ନଥିଲେ ମଧ୍ୟ ସେ ନିର୍ଭୀକତାର ସହିତ ପୁଲିସ ଷ୍ଟେସନରେ ସେ ଦିନ ଘଟିଥିବା ସମସ୍ତ ଘଟଣା ମାଜିଷ୍ଟ୍ରେଟଙ୍କୁ ବର୍ଣ୍ଣନା କରିଥିଲେ । ମାମଲାରେ ଅଭିଯୁକ୍ତ ଅଧିକାରୀମାନେ ତାଙ୍କର ବରିଷ୍ଠ ଏବଂ ପ୍ରଭାବଶାଳୀ ଥିଲେ। ସେତେବେଳେ ରେବତୀ ଜଣେ ଜୁନିଅର କନଷ୍ଟେବଳ ଥିଲେ। କିନ୍ତୁ ଜୟରାଜ ଓ ବେନିକ୍ସଙ୍କୁ ନ୍ୟାୟ ଦେବାକୁ ସେ ଦୃଢ଼ ପଣ କରିଥିିଲେ ।

ରେବତୀ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କୁ ତାଙ୍କ ଦୁଇ ଝିଅଙ୍କ ପାଇଁ ସୁରକ୍ଷା ମାଗିଥିଲେ । ଜୁଡିସିଆଲ ମାଜିଷ୍ଟ୍ରେଟଙ୍କୁ ସେ ସେଦିନର ଘଟଣାର ମିନିଟ ମିନିଟର ତଥ୍ୟ ଦେଇଥିଲେ । କେମିତି ପୁଲିସ ସମସ୍ତ ବର୍ବରତା ପାର୍ କରି ରାତି ସାରା ବାପ-ପୁଅଙ୍କ ପିଟିଥିଲା । ପୁଲିସ ମାଡ଼ରେ ଦୁହେଁ ଗୁରୁତର ଭାବେ ଆହତ ହୋଇଥିଲେ । ପରେ ସେମାନଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଥିଲା । କିଛି ଦିନ ବ୍ୟବଧାନ ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଷ ଦେଖାଯାଇଥିଲା। ରେବତୀ ସିସିଟିଭି ଫୁଟେଜରେ ଦେଖାଯାଉଥିବା ପୁଲିସ କର୍ମଚାରୀମାନଙ୍କୁ ଚିହ୍ନଟ କରିଥିଲେ ଓ ଘଟଣାସ୍ଥଳରେ ସେମାନଙ୍କର ଉପସ୍ଥିତି ସ୍ଥାପନ କରିବାରେ ସାହାଯ୍ୟ କରିଥିଲେ, ଯାହା ଅପରାଧ ନିର୍ଣ୍ଣୟ କରିବାରେ ଗୁରୁତ୍ବପୂର୍ଣ୍ଣ ଥିଲା । ସେହି କାଳ ରାତିରେ ଅତିନୃଶଂସ ପାଲଟି ଯାଇଥିଲେ ପୁଲିସ ଅଧିକାରୀ, ଯାହା ପାଇଲେ ସେଥିରେ ବାପା-ପୁଅଙ୍କୁ ପିଟିଥିଲେ। ଏପରି ସେମାନଙ୍କ ସମ୍ବେଦନଶୀଳ ଅଙ୍ଗକୁ ମଧ୍ୟ ବୁଟ୍ରେ ଆଘାତ ଦେଇଥିଲେ। ବାପା-ପୁଅଙ୍କ ଶରୀରରେ ପ୍ରବଳ ରକ୍ତସ୍ରାବ ହେଉଥିବାବେଳେ ପୁଲିସ ସେମାନଙ୍କୁ ସେହି ରକ୍ତ ସଫା କରିବାକୁ କହୁଥିଲେ । ରେବତୀ ଏସବୁ ନିଜ ଆଖିରେ ଦେଖି ସହ୍ୟ କରିପାରୁନଥିଲେ ।
ଏହି ବିଷୟରେ ମୁହଁ ନ ଖୋଲିବାକୁ ରେବତୀଙ୍କୁ ସାଥୀ ପୁଲିସ କର୍ମଚାରୀମାନେ ଧମକ ଦେଇଥିଲେ। ଏପରିକି ତାଙ୍କୁ ବୟାନ ରେକର୍ଡ଼ କରିବାକୁ ନଦେବା ପାଇଁ ଅନେକ ଚାପ ପକାଇଥିଲେ। ତେବେ ମାଜିଷ୍ଟ୍ରେଟ୍ଙ୍କଠାରୁ ସୁରକ୍ଷା ଆଶ୍ବାସନା ପାଇବା ପରେ ସେ ବୟାନ ରେକର୍ଡ଼ କରିଥିଲେ। ପୁଲିସ କର୍ମଚାରୀ କୋର୍ଟ ଷ୍ଟାଫଙ୍କୁ ମଧ୍ୟ ଧମକ ଦେବାକୁ ପଛାଇ ନଥିଲେ। ଯଦିଓ ମାମଲାର ପ୍ରାରମ୍ଭିକ ପର୍ଯ୍ୟାୟରେ ରେବତୀଙ୍କ ସାକ୍ଷ୍ୟକୁ ବ୍ୟାପକ ସମର୍ଥନ ମିଳିଥିଲା କିନ୍ତୁ ସେ ତାଙ୍କର ଦୁଇ ଝିଅ ଓ ସ୍ବାମୀଙ୍କ ସୁରକ୍ଷାକୁ ନେଇ ସର୍ବଦା ଆଶଙ୍କାରେ ରହିଥିଲେ। ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ଦୁଇଜଣ ପୁଲିସ କନଷ୍ଟେବଳଙ୍କୁ ତାଙ୍କ ପରିବାରର ସୁରକ୍ଷା ପାଇଁ ଜଗାଇଥିଲେ। ରେବତୀଙ୍କ ସାହସିକତା ଯୋଗୁ ଜୟରାଜ ଓ ବେନିକ୍ସଙ୍କୁ ନ୍ୟାୟ ମିଳିଥିଲା ।






