A.K ଦୁର୍ବୃତ୍ତମାନେ କନକ ଦୁର୍ଗା ମନ୍ଦିରର ତାଲା ଭାଙ୍ଗି ମା’ଙ୍କ ସୁନା ମୂର୍ତ୍ତି ସହ ରୁପା ଖଟୁଲି, ମା’ଙ୍କ ମଥା ଟୀକା ଓ ନୋଥ ଆଦି ନେଇ ଯାଇଛନ୍ତି। ଏହା ସହିତ ହୁଣ୍ଡି ଭାଙ୍ଗି ଟଙ୍କା ନେଇ ଯାଇଛନ୍ତି ଚୋର। ରାଜଧାନୀ ଭୁବନେଶ୍ୱରର ପଟିଆରେ ଗୁରୁବାର ରାତିରେ ତିନୋଟି ମନ୍ଦିରରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ସହ ହୁଣ୍ଡିଗୁଡ଼ିକୁ ଭାଙ୍ଗି ଟଙ୍କା ନେଇ ଯାଇଛନ୍ତି।

ପଟିଆଗଡ଼ରେ ଥିବା କନକଦୁର୍ଗା ମନ୍ଦିର, ନୀଳକଣ୍ଠେଶ୍ଵର ମନ୍ଦିର ଓ ଶିଖରଚଣ୍ଡୀ ଗ୍ରାମ ଦେବତୀ ମନ୍ଦିରରୁ ଚୋରି ହୋଇଛି।
ଦୁର୍ବୃତ୍ତମାନେ କନକ ଦୁର୍ଗା ମନ୍ଦିରର ତାଲା ଭାଙ୍ଗି ମା’ଙ୍କ ସୁନା ମୂର୍ତ୍ତି ସହ ରୁପା ଖଟୁଲି, ମା’ଙ୍କ ମଥା ଟୀକା ଓ ନୋଥ ଆଦି ନେଇ ଯାଇଛନ୍ତି। ଏହା ସହିତ ହୁଣ୍ଡି ଭାଙ୍ଗି ଟଙ୍କା ନେଇ ଯାଇଛନ୍ତି ଚୋର। ସକାଳେ ପୂଜକ ମନ୍ଦିରକୁ ଆସିବା ପରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟମାନଙ୍କୁ ଖବର ଦେଇଥିଲେ। । ଚୋରି ହୋଇଥିବା ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଇନ୍ଫୋସିଟି ଥାନାରେ ଅଭିଯୋଗ ହୋଇଛି।
ସେହିପରି ନୀଳକଣ୍ଠେଶ୍ଵର ମନ୍ଦିର ଓ ଶିଖରଚଣ୍ଡୀ ଗ୍ରାମ ଦେବତୀ ମନ୍ଦିରରୁ ସୁନା ଓ ରୁପା ଅଳଙ୍କାର ସହ ହୁଣ୍ଡି ଭାଙ୍ଗି ଟଙ୍କା ନେଇଯାଇଛନ୍ତି ଦୁର୍ବୃତ୍ତ।
ଚାରି ଜଣ ଦୁର୍ବୃତ୍ତ ଏହି ସିରିଜ ଚୋରିରେ ସାମିଲ ଥିବା ନେଇ ସିସିଟିଭିରେ କଏଦ ଦୃଶ୍ୟରୁ ଜଣାପଡ଼ିଛି। ପୁଲିସ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି।






