ବିଜେପି ବିଧାୟକ ଦଳ ହେଲେ ସମ୍ରାଟ ଚୌଧୁରୀ । ନୀତୀଶଙ୍କ ଇସ୍ତଫା ପରେ ସମ୍ରାଟଙ୍କୁ ଦାୟିତ୍ବ ମିଳିବା ନେଇ ସମ୍ଭାବନା । ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ନୀତୀଶ । ବିହାରରେ ଶେଷ ହୋଇଛି ନୀତୀଶ ଯୁଗ । ବିହାରର ନୂଆ ମୁଖ୍ୟମନ୍ତ୍ରୀ ହେବେ ସମ୍ରାଟ ଚୌଧୁରୀ । ଆସନ୍ତାକଲି ଦିନ ୧୧ଟରେ ଶପଥ ନେବେ ସମ୍ରାଟ । ଏପଟେ ନୀତୀଶ କୁମାର କହିଛନ୍ତି ମୁଖ୍ୟମନ୍ତ୍ରୀ ପଦ ଛାଡିବା ପାଇଁ ନିଷ୍ପତ୍ତି ନେଇଥିଲି । ସମସ୍ତଙ୍କୁ ଧନ୍ୟବାଦ ଏବଂ ଶୁଭେଚ୍ଛା । ନୂଆ ସରକାରକୁ ମୋର ପୂରା ସହଯୋଗ ରହିବ ।







