AK ଭ୍ୟାନଟି କଲ୍ୟାଣରୁ ମୁରବାର ଆଡ଼କୁ ଯାଉଥିଲା। ଏହି ସମୟରେ ସାମ୍ନା ପଟୁ ଆସୁଥିବା ସିମେଣ୍ଟ ମିକ୍ସର ସହ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି ଯାକ ଗାଡ଼ି ପୂରା ଛିନଛତ୍ର ହୋଇ ଯାଇଛି। ସିମେଣ୍ଟ ମିକ୍ସର ତୁଳନାରେ ଭ୍ୟାନଟି ଅଧିକ କ୍ଷତିଗ୍ରସ୍ତ ହୋଇଛି। ବ୍ରିଜ ଉପରେ ଘଟିଛି ବଡ଼ ଦୁର୍ଘଟଣା। ମହାରାଷ୍ଟ୍ରର ଥାଣେରେ ଥିବା ଗୋଟିଏ ବ୍ରିଜ ଉପରେ ଯାତ୍ରୀବାହୀ ଭ୍ୟାନ ଓ ସିମେଣ୍ଟ ମିକ୍ସର ମଧ୍ୟରେ ହୋଇଛି ଧକ୍କା। ଦୁର୍ଘଟଣାରେ ଭ୍ୟାନଟି ପୂରା ଚୂରମାର ହୋଇ ଯାଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଆଉ ୨ ଜଣ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ମୁରବାଦ ଠାରେ ଥିବା ରୈତା ବ୍ରିଜରେ ଆଜି ଦିନ ୧୦.୪୫ରେ ପୂରା ଘଟଣା ଘଟିଛି। ଭ୍ୟାନଟି କଲ୍ୟାଣରୁ ମୁରବାର ଆଡ଼କୁ ଯାଉଥିଲା। ଏହି ସମୟରେ ସାମ୍ନା ପଟୁ ଆସୁଥିବା ସିମେଣ୍ଟ ମିକ୍ସର ସହ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି ଯାକ ଗାଡ଼ି ପୂରା ଛିନଛତ୍ର ହୋଇ ଯାଇଛି। ସିମେଣ୍ଟ ମିକ୍ସର ତୁଳନାରେ ଭ୍ୟାନଟି ଅଧିକ କ୍ଷତିଗ୍ରସ୍ତ ହୋଇଛି।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ୧୧ ଜଣଙ୍କ ଜୀବନ ଚାଲି ଯାଇଛି। ମୃତକଙ୍କ ମଧ୍ୟରେ ୮ ଜଣ ପୁରୁଷ ଓ ୩ ଜଣ ମହିଳା ରହିଛନ୍ତି। ଦୁଇ ଆହତଙ୍କୁ ଉଲାଶନଗର ସ୍ଥିତ ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ମୁରବାଦ ତହସିଲଦାର ଅଭିଜିତ ଦେଶମୁଖ ସୂଚନା ଦେଇଛନ୍ତି। ତାଙ୍କ କହିବା କଥା ଯେ ଏଯାଏ ୬ ଜଣ ମୃତକଙ୍କ ପରିଚୟ ମିଳିଛି। ବାକି ମୃତାହତଙ୍କ ପରିଚୟ ଚିହ୍ନଟ ପାଇଁ ପ୍ରୟାସ ଚାଲିଛି। ମୃତକଙ୍କ ମଧ୍ୟରେ ଭ୍ୟାନ ଡ୍ରାଇଭର ରହିଛନ୍ତି କି ନାହିଁ, ସେକଥା ଜଣାପଡ଼ିନି। ଦୁର୍ଘଟଣା ଯୋଗୁ କଲ୍ୟାଣ ଓ ଅହଲ୍ୟାଗନର ରାସ୍ତାରେ ବେଶ କିଛି ଘଣ୍ଟା ଧରି ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
କିନ୍ତୁ ପୁଲିସ୍ ଓ ସ୍ଥାୟୀ ଲୋକଙ୍କ ସହାୟତାରେ ଟ୍ରାଫିକ ଚଳାଚଳ ଅପରାହ୍ନ ପରେ ସ୍ୱାଭାବିକ ହୋଇଥିଲା। ଏବେ କେଉଁ କାରଣରୁ ଏତେ ବଡ଼ ଦୁର୍ଘଟଣା ଘଟିଲା ଓ ଭ୍ୟାନ ଧାର୍ଯ୍ୟ ସୀମା ଠାରୁ ଅଧିକ ଲୋକଙ୍କୁ ନେଇ ଯାତ୍ରା କରୁଥିଲା କି ନାହିଁ, ତା’ର ଯାଞ୍ଚ ପୁଲିସ୍ ପକ୍ଷରୁ ଆରମ୍ଭ କରାଯାଇଛି।






